ଅଳିଆରୁ ରୋଜଗାର ହେଲା କୋଟିଏ ଟଙ୍କା : ଅଳିଆ ବିକି ୪ କୋଟି ଟଙ୍କା ରୋଜଗାର କଲା ଭାରତର ସ୍ୱଚ୍ଛ ସହର ଇନ୍ଦୋର 

423

ଦେଶର ସବୁ ସହର ମଧ୍ୟରେ ସ୍ଵଚ୍ଛତା ସହର ହେଉଛି ଇନ୍ଦୋର । କାରଣ ଏଠାରେ ପ୍ରତିଦିନ ୩୦୦ ଟନ ସୁଖିଲା ଆବର୍ଜନାର ପ୍ରସଂସ୍କରଣ କରାଯାଉଛି । ଇନ୍ଦୋରର ଜନସଂଖ୍ୟା ପ୍ରାୟ ୩୫ ଲକ୍ଷ । ପ୍ରତ୍ୟେକ ଦିନ ଏଠାରେ ୧୨୦୦ ଟନ ଆବର୍ଜନା ନିର୍ଗତ ହୋଇଥାଏ । ସେଥି ମଧ୍ୟରେ ୫୫୦ ଟନ ଓଦା ଆବର୍ଜନା ଓ ୬୫୦ ସୁଖିଲା ଆବର୍ଜନ ରହିଥାଏ । ଇନ୍ଦୋର ନଗର ନିଗମର ପରାମର୍ଶଦାତା ଅସଦ ଓ୍ଵାରସିଙ୍କ ଅନୁଯାୟୀ ପିପିପି ମୋଡ଼େଲ ଆଧାରରେ ଏକ ଘରୋଇ କମ୍ପାନୀ ସହରରେ ୩୦ କୋଟି ଟଙ୍କାରେ ଏକ ଅତ୍ୟାଧୁନିକ ମେସିନ ଜରିଆରେ ଆବର୍ଜନାର ପ୍ରସଂସ୍କରଣ କରାଯାଉଛି ।

ଏହି ମେସିନର ବିଶେଷତ୍ୱ ହେଉଛି , ସେନସର ଶୁଖିଲା ଆବର୍ଜନାକୁ ଓଦା ଆବର୍ଜନା ଠାରୁ ଅଲଗା କରିଥାଏ। ସୁଖିଲା ଆବର୍ଜନାରେ କାଚ, ପ୍ଲାଷ୍ଟିକ, କାଗଜ, ଧାତୁ ଆଦି ପଦାର୍ଥ ଅଲଗା ଅଲଗା ବଣ୍ଡେଲ ଭାବେ ବାହାରକୁ ଆସିଥାଏ । ସେହିଭଳି ଓଦା ଆବର୍ଜନାରୁ ଇଟା, ଇଣ୍ଟରକଲିଙ୍ଗ ଟାଇଲ୍ସ ଓ ଅନ୍ୟ ନିର୍ମାଣ ସାମଗ୍ରୀ ପ୍ରସ୍ତୁତ କରାଯାଇଛି । ଏହି ସବୁ ଉତ୍ପାଦନର ବିକ୍ରିରୁ ନଗର ନିଗମ ବାର୍ଷିକ ମୋଟ୍ ୨.୫ କୋଟି ଟଙ୍କା ଆୟ କରୁଛି। ସମଗ୍ର ଦେଶରେ ସ୍ଵଚ୍ଛତା ସର୍ବେକ୍ଷଣ ୨୦୨୦ ଜାନୁଆରୀ ୪ ରୁ ଆରମ୍ଭ ହୋଇ ସାରିଛି । ଏହା ଜାନୁଆରୀ ୩୧ ଯାଏଁ ଚାଲିବ। ଏହି ସର୍ବେକ୍ଷଣର ଦୁଇଟି ପ୍ରାରମ୍ଭିକ ମାନ୍ୟତାରେ ମଧ୍ୟପ୍ରଦେଶର ଏହି ସହର ସମଗ୍ର ଦେଶରେ ଶୀର୍ଷ ସ୍ଥାନରେ ରହିଛି।