କନକ ବ୍ୟୁରୋ: ୨୦ ବର୍ଷ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ପୁଣିଥରେ ବିଶ୍ୱକପ ଫାଇନାଲରେ ଭେଟିବାକୁ ଯାଉଛନ୍ତି । ବିଶ୍ୱକପର ଫାଇନାଲ ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଶେଷ ଥର ପାଇଁ ୨୦୦୩ରେ ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲରେ ଭେଟାଭେଟି ହେଇଥିଲେ । ଯେଉଁଥିରେ ଅଷ୍ଟ୍ରେଲିଆ ଏକପାଖିଆ ଢଙ୍ଗରେ ମ୍ୟାଚ ଜିତିଥିଲା । ତେବେ ପ୍ରତ୍ୟେକ ଭାରତୀୟ ପ୍ରଶଂସକ ତଥାପି ସେହି ପରାଜୟକୁ ମନେ ପକାଇଲେ ଦୁଃଖିତ ହୁଅନ୍ତି । ଏଥର ଏହି ଘଟଣା ଘଟିବାର ସମ୍ଭାବନା କମ୍ ରହିଛି ବୋଲି କୁହାଯାଉଛି ।

Advertisment

ପୂର୍ବ ଅପେକ୍ଷା ଟିମ୍ ଇଣ୍ଡିଆ ଅଧିକ ଶକ୍ତିଶାଳୀ ଦେଖାଯାଉଛି । ଏହାର ସବୁଠାରୁ ବଡ କାରଣ ହେଉଛି ୨୦୦୩ ଏବଂ ୨୦୨୩ ର ଭାରତୀୟ ଦଳ ମଧ୍ୟରେ ଦୁଇଟି ବଡ଼ ପାର୍ଥକ୍ୟ । ବିଶ୍ୱକପ ୨୦୦୩ରେ ଭାରତୀୟ ଦଳ ସୈାରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲରେ ପ୍ରବେଶ କରିଥିଲା । ସଚିନ ତେନ୍ଦୁଲକର ଉତ୍କୃଷ୍ଟ ଫର୍ମରେ ଥିବାବେଳେ ଗାଙ୍ଗୁଲି ନିଜେ ବହୁ ରନ୍ କରିଥିଲେ । ଅଭିଜ୍ଞ ଫାଷ୍ଟ ବୋଲର ଜାହିର ଖାନ ଏବଂ ଆଶିଷ ନେହେରା, ଅଭିଜ୍ଞ ଶ୍ରୀନାଥ ଦଳରେ ଥିଲେ । ଏବେ କିନ୍ତୁ ସେହି ଟିମ୍ ଆଉ ନାହିଁ । ଏବେ କେବଳ ଯଦି ଅଛନ୍ତି ସେ ହେଉଛନ୍ତି ରାହୁଲ ଦ୍ରାବିଡ । ଯିଏ କି କୋଚ ଅଛନ୍ତି ।

୨୦୦୩ ତୁଳନାରେ ୨୦୨୩ରେ ରହିଛି ବଡ ପାର୍ଥକ୍ୟ

  • ଶକ୍ତିଶାଳୀ ହୋଇଛି ଭାରତର ମିଡିଲ ଅର୍ଡର
  • ଟିମ୍ ଦମଦାର ଥିଲେ ମଧ୍ୟ ଭାରତ ଟାଇଟଲ ଜିତିବାରେ ବଞ୍ଚିତ ହୋଇଥିଲା
  • ପ୍ରମୁଖ କାରଣ ଟିମ୍ ଇଣ୍ଡିଆର ମିଡିଲ୍ ଅର୍ଡର
  • ୨୦୦୩ ଫାଇନାଲରେ ଯୁବରାଜ ସିଂ, ମହମ୍ମଦ କୈଫ, ରାହୁଲ ଦ୍ରାବିଡ ଏବଂ ଦୀନେଶ ମୋଙ୍ଗିଆ ମିଡିଲ ଅର୍ଡରରେ ଥିଲେ
  • ଦ୍ରାବିଡ ସର୍ବାଧିକ ୩୧୬ ରନ୍ କରିଥିଲେ
  • ଯୁବରାଜ କେବଳ ୨୪୦, କୈଫ, ୧୮୨ ଏବଂ ଦିନେଶ ମୋଙ୍ଗିଆ ମାତ୍ର ୧୨୦ ରନ୍
  • ଫାଇନାଲରେ କେବଳ ଦ୍ରାବିଡ ୪୭ ରନ୍ କରିଥିଲେ
  • ଏବେ ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମିଡିଲ ଅର୍ଡରରେ ରହିଛନ୍ତି
  • ଆୟର ଏବଂ ରାହୁଲ ଅଧିକାଂଶ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଆସୁଛନ୍ତି
  • ବିଭିନ୍ନ ପରିସ୍ଥିତିରେ ଭଲ ପ୍ରଦର୍ଶନ କରିଛନ୍ତି
  • ଆୟର ଏପର୍ଯ୍ୟନ୍ତ ୫୨୬ ରନ୍, କେଏଲ ରାହୁଲ ମଧ୍ୟ ୩୮୬ ରନ୍
  • ସୂର୍ଯ୍ୟ କୁମାରଙ୍କୁ ବେଶୀ ସୁଯୋଗ ମିଳିନି
  • ଜାଡେଜା ୧୧୧ ରନ୍ ସଂଗ୍ରହ କରିଛନ୍ତି
  • ସେହୱାଗଙ୍କ ତୁଳନାରେ ଗିଲଙ୍କ ପ୍ରଦର୍ଶନ ବହୁତ ଭଲ
  • ସେହୱାଗ ୧୧ଟି ଇନିଂସରେ ମାତ୍ର ୨୯୯ ରନ୍ ସଂଗ୍ରହ କରିଥିଲେ
  • ଗିଲ ୮ଟି ଇନିଂସରେ ୩୫୦ ରନ୍ କରିଛନ୍ତି
  • ଅଧିନାୟକ ରୋହିତଙ୍କ ସହ ଭଲ ଭାଗିଦାରୀ ରହିଛି
  • ରୋହିତ ଶର୍ମା ଗୋଟିଏ ଶତକ ସହ ୫୫୦ ରନ୍

ଘରୋଇ ପିଚରେ ସ୍ପିନରମାନଙ୍କର ସୁବିଧା ଅଛି

  • ୨୦୦୩ରେ ହରଭଜନ ସିଂ ଏବଂ ଅନିଲ କୁମ୍ବଲେଙ୍କ ମଧ୍ୟରୁ ଦୁଇଜଣ ଶ୍ରେଷ୍ଠ ସ୍ପିନର ଥିଲେ
  • ଦକ୍ଷିଣ ଆଫ୍ରିକାରେ ମ୍ୟାଚ ହେଉଥିବାରୁ ଅଧିକ ପ୍ରଭାବ ପକାଇ ପାରିନଥିଲେ
  • ଏବେର ଦଳରେ କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ରହିଛନ୍ତି
  • ମଧ୍ୟମ ଓଭରରେ ରନ୍ ନିୟନ୍ତ୍ରଣ ସହିତ ଚଳିତ ଟୁର୍ଣ୍ଣାମେଂଟରେ ୩୨ ୱିକେଟ୍ ନେଇଛନ୍ତି

ବିଶ୍ୱକପ୍ ଏବଂ ଚାପରେ ଖେଳିବାର ଅଭିଜ୍ଞତା

  • ଗାଙ୍ଗୁଲିଙ୍କ ତୁଳନାରେ ରୋହିତଙ୍କ ଟିମରେ ରହିଛି ଭଲ ବୁଝମଣା
  • ୨୦୦୩ ଟିମରେ କେବଳ ୬ ଜଣ ଖେଳାଳି ବିଶ୍ୱକପ୍ ଖେଳିବାର ଅଭିଜ୍ଞତା ଥିଲା
  • ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଗାଙ୍ଗୁଲି, କୁମ୍ବଲେ, ଅଜିତ ଅଗରକର ଏବଂ ଜଭଗଲ ଶ୍ରୀନଥ ପୂର୍ବରୁ ବିଶ୍ୱକପ ଖେଳିଥିଲେ
  • ଏବେର ଦଳରେ ଏହିପରି ୮ ଜଣ ଖେଳାଳି ଉପସ୍ଥିତ
  • ରୋହିତଙ୍କ ବ୍ୟତୀତ କେଏଲ ରାହୁଲ, ଜାଡେଜା ଏବଂ କୁଲଦୀପ, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମରା ବିଶ୍ୱକପ ଅଭିଜ୍ଞତା ପାଇଛନ୍ତି
  • ଆଇପିଏଲ୍ ଖେଳିବା ଦ୍ୱାରା ସମସ୍ତ ଖେଳାଳି ଚାପରେ ଖେଳିବାରେ ଅଭ୍ୟସ୍ତ