ଜାଣିଛନ୍ତି କି, ସିନେମା ରିଲିଜ୍ ହେବା ପରେ ଅଭିନେତା ଏବଂ ଅଭିନେତ୍ରୀ ପିନ୍ଧୁଥିବା ପୋଷାକର ହୁଏ କ’ଣ ? ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ରିପୋର୍ଟ ।

51

ଗୋଟିଏ ଫିଲ୍ମ ନିର୍ମାଣ ହେଲେ ଫିଲ୍ମ ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ । ଅଭିନେତା ଏବଂ ଅଭିନେତ୍ରୀଙ୍କ ମେକଅପ୍ ଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ସବୁକିଛି ଚକାଚକ୍ ହେବା ଦରକାର । କିନ୍ତୁ ସିନେମା ସୁଟିଂ ସରିଗଲା ପରେ ଏହି ପୋଷାକର ହୁଏ କ’ଣ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟ ଉପରେ ନଜର ପକାନ୍ତୁ । ସିନେମାର ସୁଟିଂ ଶେଷ ହୋଇଯିବା ପରେ ଗୋଟିଏ ବାକ୍ସରେ ଫିଲ୍ମରେ ବ୍ୟବହୃତ ହୋଇଥିବା ସବୁ ପୋଷାକ ପ୍ରଡକ୍ସନ ହାଉସକୁ ଚାଲିଯାଏ । ଏହି ବାକ୍ସ ଉପରେ ଫିଲ୍ମର ନାଁ ଲେଖା ହୋଇଥାଏ ଏବଂ ଏହା ପରମୁହୂର୍ତ୍ତରେ ମିକ୍ସ ଆଣ୍ଡ ମ୍ୟାଚ ଫର୍ମୁଲାରେ ବ୍ୟବହୃତ ହୋଇଥାଏ । ତେବେ ଏହି ମିକ୍ସ ଆଣ୍ଡ ମ୍ୟାଚ ଫର୍ମୁଲା କ’ଣ ଆସନ୍ତୁ ଜାଣିବା । ମିକ୍ସ ଆଣ୍ଡ ମ୍ୟାଚ ଫର୍ମୁଲାର ଅର୍ଥ ଗୋଟିଏ ଡ୍ରେସକୁ କାଟି ଅଲଗା ଅଲଗା ସ୍ଥାନରେ ବ୍ୟବହାର କରିବା । କେବେ କେଉଁ ବ୍ଲାଉଜକୁ ଅନ୍ୟ ଶାଢିରେ ତ କେବେ କେଉଁ ଧୋତିକୁ ଅନ୍ୟ ସାର୍ଟରେ ବ୍ୟବହାର କରାଗଲା । କିନ୍ତୁ ଏହା ମୁଖ୍ୟ ଅଭିନେତା କିମ୍ବା ଅଭିନେତ୍ରୀଙ୍କୁ ପିନ୍ଧିବାକୁ ଦିଆଯାଏ ନାହିଁ ପଛରେ ନାଚ କରୁଥିବା ଜୁନିୟର୍ ଡ୍ୟାନ୍ସରଙ୍କୁ ପିନ୍ଧିବାକୁ ଦିଆଯାଏ । ଯଦି ଫିଲ୍ମ କରୁ୍ଥିବା ସମୟରେ କୌଣସି ଡିଜାଇନର୍ ଡ୍ରେସ୍ ଅଭିନେତା କିମ୍ବା ଅଭିନେତ୍ରୀଙ୍କୁ ପସନ୍ଦ ଆସିଗଲା ତେବେ ସେମାନେ ଏହାକୁ ବ୍ୟକ୍ତିଗତ ଭାବେ ନେବା ଭଳି ଅପସନ୍ ରହିଅଛି । ଏହାର ବଜେଟ୍ ପ୍ରଡକ୍ସନ୍ ହାଉସ୍ ସହ ଜଡିତ ହୋଇଯାଏ । କିଛି ମାମଲାରେ ସେଲିବ୍ରିଟିଙ୍କ ଫିଲ୍ମରେ ପିନ୍ଧାଯାଇଥିବା ପୋଷାକକୁ ନିଲାମ କରାଯାଏ । ଏଥିରୁ ଆସୁଥିବା ପଇସାକୁ ଦୁଃଖିରଙ୍କୀଙ୍କୁ ଦାନ କରାଯାଏ । କିନ୍ତୁ ଏଭଳି ଘଟଣା ଖୁବ୍ କମ୍ ଦେଖିବାକୁ ମିଳିଥାଏ ।