କନକ ବ୍ୟୁରୋ: ମହାକାଶ ଯାତ୍ରା ଆଜିକା ଦିନରେ କିଛି ବଡ କଥା ନୁହେଁ । ବ୍ଲୁ ଓରିଜିନ୍, ଭର୍ଜିନ୍ ଗ୍ୟାଲାକ୍ଟିକ୍ ପରି କମ୍ପାନୀ ପର୍ଯ୍ୟଟକଙ୍କୁ ମହାକାଶ ଯାତ୍ରା କରାଉଛନ୍ତି । ଏଲନ୍ ମସ୍କଙ୍କ କମ୍ପାନୀ ‘ସ୍ପେସ୍ x‘ ମଙ୍ଗଳ ଗ୍ରହକୁ ଯାତ୍ରା କରିବା ନେଇ ପ୍ରସ୍ତୁତି ଚଳାଇଛନ୍ତି । ଖୁବ୍ ଶୀଘ୍ର ପୃଥିବୀର ନିମ୍ନ କକ୍ଷ ଅର୍ଥ ୫୦୦ କିଲୋମିଟର ଯାଏଁ ଯାତ୍ରା କରିବା ସାମାନ୍ୟ ଓ ସହଜ ହୋଇଯିବ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଯଦି ମହାକାଶରେ ପର୍ଯ୍ୟଟକ ବା ମହାକାଶଯାତ୍ରୀଙ୍କ ମୃତ୍ୟୁ ହୋଇଯାଏ ତେବେ କ’ଣ ହେବ? ମୃତ ଶରୀରର କ’ଣ ହେବ? ମହାକାଶ ଯାତ୍ରୀ, ମହାକାଶ ପର୍ଯ୍ୟଟକଙ୍କ ମୃତ ଶରୀରକୁ ପୃଥିବୀକୁ ଫେରାଇ ଅଣାଯାଏ ନା ନାହିଁ?

Advertisment

ମହାକାଶରେ ଆଜିଯାଏଁ ମାତ୍ର ଥରେ ଏପରି ଦୁର୍ଘଟଣା ଘଟିଛି । ୧୯୭୧ ଜୁନ୍ ୩୦ ତାରିଖରେ ସୋୟୁଜ୍-୧୧ ସ୍ପେଶ୍ ଷ୍ଟେସନରୁ ୩ ସପ୍ତାହ ପରେ ଅଲଗା ହୋଇ ପୃଥିବୀକୁ ଫେରିଆସିବାର ଥିଲା । ସ୍ପେଶ୍ ଷ୍ଟେସନରୁ କ୍ୟାପସୁଲ ଅଲଗା ହେଲା । ଏଥିରେ ୩ଜଣ ଋଷୀୟ ମହାକାଶଚାରି ଜିଓର୍ଜି ଡୋବ୍ରୋବେଲୋସ୍କି, ଭିକ୍ଟର ପାତାୟାମେବ୍, ଭ୍ଲାଦିସିଲାମ୍ ବୋଲୋକ ଥିଲେ । ଏହି ସମୟରେ କ୍ୟାପସୁଲ କ୍ୟାବିନର ୱେଣ୍ଟ ବଲବ୍ ବାହାରିଗଲା । କ୍ୟାପସୁଲ ଭିତରେ ଥିବା ସବୁ ଅକ୍ସିଜେନ୍ ଶେଷ ହୋଇଗଲା । ଫଳରେ ଏଥିରେ ଥିବା ୩ଜଣ ଯାକ ମହାକାଶ ବିଜ୍ଞାନୀଙ୍କର ମୃତ୍ୟୁ ହୋଇଥିଲା । ମହାକାଶରେ ଏପରି ପ୍ରଥମଥର ପାଇଁ ହୋଇଥିଲା । କିନ୍ତୁ ଏମାନଙ୍କ ମୃତ ଶରୀର କ’ଣ ହେଲା କ’ଣ ନାହିଁ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।

ପୃଥିବୀ ପୃଷ୍ଠରେ କାହାରି ମୃତ୍ୟୁ ହେଲେ ଶବକୁ ନଷ୍ଟ କରିବା ପାଇଁ ବିଭିନ୍ନ ଉପାୟ ରହିଛି । ମୃତ ଶରୀରକୁ ଅନ୍ତିମ ସଂସ୍କାର କରିବାକୁ ବିଭିନ୍ନ ଉପାୟ ରହିଛି । ମଣିଷର ମୃତ୍ୟୁ ହେଲେ ଶରୀରରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ । ଗୁରୁତ୍ୱାକର୍ଷଣ ଯୋଗୁଁ ରକ୍ତ ଗୋଟିଏ ଜାଗାରେ ଜମା ହୋଇଯାଏ । ଏହାକୁ ଲିଭର ମର୍ଟିସ୍ କୁହାଯାଏ । ଏହାପରେ ଶରୀର ଶୀତଳ ହୋଇଯାଏ । ଯାହାକୁ ଆଲଗୋର ମର୍ଟିସ୍ କୁହାଯାଏ । ଏହାପରେ ମାଂସପେଶୀ ଟାଣ ହେବାକୁ ଲାଗେ । ମୃତ୍ୟୁ ପରେ ଶରୀରରେ ଥିବା କ୍ୟାଲସିୟମ ମାଂସପେଶୀର ତନ୍ତୁ ଗୁଡିକୁ ନିଜ ଆଡକୁ ଆକର୍ଷିତ କରୁଥିବାରୁ ଦେହ ଟାଣ ହୋଇଯାଏ । ଏହାକୁ ରିଗର ମର୍ଟିସ୍ ବୋଲି କୁହାଯାଏ । ପରେ ଶରୀରରେ ଥିବା ଏନଜାଇମ୍ ଓ ପ୍ରୋଟିନ୍ ଶରୀରର କୋଷିକାରୁ ବାହାରିଯାନ୍ତି । ଏହାସହ ଅନ୍ତରେ ଥିବା ବ୍ୟାକ୍ଟେରିଆ ଗୁଡିକ ବାହାରି ଆସି ପୁରା ଶରୀରରେ ବ୍ୟାପୀ ଯାଆନ୍ତି । ଏମାନେ ଶରୀରର ନରମ ଟିସୁ ଗୁଡିକୁ ଖାଇଯାନ୍ତି । ଫଳରେ ଶରୀର ପଚିଯାଇ ଦୁର୍ଗନ୍ଧ ସୃଷ୍ଟି ହୁଏ । ଓ ଶରୀର ଫୁଲିଯାଏ ।

ମମିଫିକେସନ୍ ମାନେ ଶରୀର ଶୁଖିଯିବା ଅତ୍ୟଧିକ ଗରମ ବା ଅତ୍ୟଧିକ ଥଣ୍ଡାରେ ହୋଇଥାଏ । ମହାକାଶରେ ତାପମାତ୍ରା ଖୁବ କମ୍ ହୋଇଥିବାରୁ ଏଠାରେ ବ୍ୟକ୍ତିର ମୃତ୍ୟୁ ହେଲେ ଶରୀରର ଜଳୀୟ ଅଂଶ ପାଣି ଫାଟିଯାଏ ଶରୀରରୁ ବହାରି ଯାଇ ଏହାର ଚତୁଃପାଶ୍ୱର୍ରେ ଜମାଟ ବାନ୍ଧିଯାଏ । ଫଳରେ ଶରୀର ପଚିନଯାଇ ସତେଜ ରହେ । ଶରୀର ହଜାର ହଜାର ବର୍ଷ ଯାଏଁ ସେହିପରି ରହିଥାଏ ।

ବିଭିନ୍ନ ଗ୍ରହ ଉପଗ୍ରହର ମାଧ୍ୟାକର୍ଷଣ ଶକ୍ତି ଭିନ୍ନ ଭିନ୍ନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ମୃତ ଶରୀରର ପ୍ରଥମ ସୋପାନ ମାନେ ଲିଭର ମାର୍ଟିନ ପ୍ରଭାବିତ ହୋଇଥାଏ । ପୃଥିବୀରେ ମୃତ ଶରୀରର ପଚିଯିବା ବା ନଷ୍ଟ ହେବା ଏହାର ପ୍ରକୃତିକ ସନ୍ତୁଳନ ବଜାୟ ରଖିବାକୁ ନିହାତି ଜରୁରୀ । ହେଲେ ସୌର ମଣ୍ଡଳର ଅନ୍ୟ କୌଣସି ଗ୍ରହରେ ଏପରି ହୁଏ ନାହିଁ । କାରଣ ଏଠାରେ ଶରୀରକୁ ନଷ୍ଟ କରିବାକୁ କୌଣସି ଖାଦକ ନଥାନ୍ତି ।

ଉଦାହରଣ ସ୍ୱରୂପ ମଙ୍ଗଳ ଗ୍ରହରେ ଯଦି କାହାର ମୃତ୍ୟୁ ହୁଏ ତେବେ ଶରୀର ନଷ୍ଟ ହୁଏନାହିଁ । ହେଲେ ଏଠାରେ ଦ୍ରୁତ ଗତିରେ ବହୁଥିବା ପବନ ଓ ପଥର ମାଡରେ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇପାରେ । ସେହିପରି ଚନ୍ଦ୍ର ପୃଷ୍ଠରେ ତାପମାତ୍ରା ମାଇନସ୍ ୧୨୦ରୁ ୧୭୦ ଡିଗ୍ରୀରହିଥାଏ । ଏପରି ପରିବେଶରେ ମୃତ ଶରୀର ଜମିଯାଏ, ପଥର ପରି ଟାଣ ହୋଇଯାଏ । ହେଲେ ଏବାବଦରେ ମହାକାଶ କେନ୍ଦ୍ର ପକ୍ଷରୁ ମହାକାଶଚାରଈଙ୍କୁ କୌଣସି ପ୍ରଶିକ୍ଷଣ ଦିଆଯାଇନାହିଁ ।