ବିଜୟ ଅଭିମୁଖେ ମମତା ବାନାର୍ଜୀ, ବିଜେପି ଓ ଜାତୀୟ ରାଜନୀତି ଉପରେ କ’ଣ ପକାଇବ ପ୍ରଭାବ ?

154

ବିଜେପି ପଶ୍ଚିମବଙ୍ଗରେ ପ୍ରଚାର ସମୟରେ ‘ଅବକୀ ବାର ୨୦୦ ପାର୍’ ର ନାରା ଦେଇଥିଲା । ଯଦି ଏହା ସମ୍ଭବ ହୋଇଥାନ୍ତା ତାହେଲେ ରାଜ୍ୟସଭାରେ ବିଜେପି ବି ବହୁମତ ଯୋଗାଡ କରିପାରିଥାନ୍ତ।, ତାହାତ ହେଲାନାହିଁ । ହେଲେ ପଶ୍ଚିମବଙ୍ଗରେ ଦିଦି ହାଟ୍ରିକ୍ ମାରିବା ପରେ କ’ଣ ହେବ ବିଜେପିର ସ୍ଥିତି ? ବଦଳିବ କି ଜାତୀୟ ରାଜନୀତିର ସମିକରଣ    ?
କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗର ମୁ୍ଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ମମତା ବାନାର୍ଜୀ ବିଜେପିକୁ ଟକ୍କର ଦେବାରେ ଜମା ଅବହେଳା କରିନଥିଲେ । ଏକ ନିର୍ବାଚନ ରାଲିରେ ମମତା ଦୃଢୋକ୍ତି କରି କହିଥିଲେ କି ସେ ଗୋଟିଏ ପାଦରେ ବଙ୍ଗ ଦଖଲ କରିବେ ଓ ଦୁଇଟି ପାଦରେ ଦିଲ୍ଲୀ । ଆଜିର ନିର୍ବାଚନ ଫଳା ଫଳ ଯେଉଁ ଆଡକୁ ଗତି କରୁଛି ସେଥିରୁ ସ୍ପଷ୍ଟ ଅନୁମେୟ ହେବାରେ ଲାଗିଛି କି ମମତା ବାନାର୍ଜୀ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିନ୍ତ । ହେଲେ ଦିଦିଙ୍କର ଏହାପର ପଦକ୍ଷେପ କ’ଣ ରହିବ ।

ସେପଟେ ବଙ୍ଗ ଦଖଲ କରିବାକୁ ବିଜେପିର ସବୁ ଉଦ୍ୟମ ବିଫଳ ହେବାକୁ ଯାଉଛି । ଆକ୍ରାମକ ପ୍ରଚାର, ବିଭିନ୍ନ ଦଳର ବଡ ବଡ ନେତାଙ୍କୁ ଆଣି ଦଳରେ ସାମିଲ କରିବା, ନିଜେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ପଶ୍ଚିମବଙ୍ଗରେ ଡେରା ପକାଇବା, ଟିଏମସି ଉପରେ କୌଣସି ପ୍ରଭାବ ପକାଇଲା ନାହିଁ ।

ବରିଷ୍ଠ ପତ୍ରକାର ଓ ରାଜନୈତିକ ବିଶେଷଜ୍ଞ ମାନଙ୍କ ମତରେ ମମତା ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ ପରାଜୟ ବୋଲି ନୁହେଁ ବରଂ ମୋଦି ଓ ଶାହାଙ୍କର ପରାଜୟ ବୋଲି ଦେଶ ରାଜନୀତିରେ ବିବେଚନା କରାଯିବ । ଏହାପରେ ରହିଛି ଦେଶର ସବୁଠାରୁ ବଡରାଜ୍ୟ ଉତ୍ତରପ୍ରଦେଶ, ପରେ ପଞ୍ଜାବ ନିର୍ବାଚନ । ତୃଣମୂଳ କଂଗ୍ରେସର ବିଜୟ ଏହା ସୂଚାଇ ଦେଇଛି କି ବିଜେପି ଅପରାଜେୟ ନୁହେଁ ବରଂ ଦୃଢ ମାନସିକତା ତୃଣମୂଳ ସ୍ତରରେ ସଂଗଠନ ମଜବୁତ କରି ପାରିଲେ ବିଜେପିକୁ ପରାଜୟର ଦ୍ୱାରାଦେଶ ଦେଖାଇ ଦେଇହେବ । ଉତ୍ତରପ୍ରଦେଶରେ ମାୟାବତି କିଛିଟା ଆକ୍ଟିଭ୍ ମୋଡରେ ଥିବା ବେଳେ ବେଙ୍ଗଲ ବିଜୟ ଅଖିଳେଶଙ୍କୁ ବଳ ଯୋଗାଇବ ।