କନକ ବ୍ୟୁରୋ : ୨୦୨୩ରେ ହେବାକୁ ଥିବା ଏସିଆକପ ପାଇଁ ବଡ ନିଷ୍ପତି ନେଇଛି ବିସିସିଆଇ । ଆୟୋଜକ ଦେଶ ପାକିସ୍ତାନକୁ ଯିବନି ବୋଲି ସ୍ପଷ୍ଟ କରିଛି ବିସିସିଆଇ । ବିସିସିଆଇ କହିଛି ଭାରତୀୟ ଦଳ ଏସିଆ କପ ‘ନ୍ୟୁଟ୍ରାଲ ଭେନ୍ୟୁ’ ଅର୍ଥାତ ପାକିସ୍ତାନ ବଦଳରେ ଅନ୍ୟ କେଉଁ ସ୍ଥାନରେ ହେଲେବି ଖେଳିବାକୁ ପ୍ରସ୍ତୁତ ଅଛି । । ମଙ୍ଗଳବାର ମୁମ୍ବାଇରେ ବସିଥିବା ବିିସିସିଆଇ ସାଧାରଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବା ପାଇଁ ପ୍ରସ୍ତାବ ଦିଆଯିବ ଓ କିନ୍ତୁ କୌଣସି ପରିସ୍ଥିତିରେ ଟିମ ପାକିସ୍ତାନ ଯିବ ନାହିଁ । ସେପଟେ ଘଟଣାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ନିନ୍ଦା କରିଛି ।
ପିସିବି କହିଛି ଏପରି ବୟାନ ନିୟମକୁ ଉଲ୍ଲଂଘନ କରୁଛି । ଏନେଇ ତୁରନ୍ତ ଏସିଆନ କ୍ରିକେଟ କାଉନସିଲ ବୈଠକ ପାଇଁ ଦାବି କରିଛି ପିସିିବି । ପାକିସ୍ତାନ କ୍ରିକେଟ ବୋର୍ଡ ସହ କୌଣସି ପ୍ରକାର ଆଲୋଚନା ନକରି ଭାରତୀୟ କ୍ରିକେଟ ବୋର୍ଡ କିଭଳି ଏଭଳି ବୟାନ ଦେଲା ବୋଲି ପିସିବି ପ୍ରଶ୍ନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/6-23.jpg)