ପରୀ ମୃତ୍ୟୁ ମାମଲାରେ ବିଧାନସଭା ଅଚଳ: ସିବିଆଇ ତଦନ୍ତ ଦାବିରେ ବିଜେପି ଅଟଳ; ଆଜିର ଗୃହ କାର୍ଯ୍ୟ ଉପରେ ସମସ୍ତଙ୍କ ନଜର

ଆଜି ଆଗତ ହେବ ବ୍ୟୟମଞ୍ଜୁରୀ ବିଲ୍

63

କନକ ବ୍ୟୁରୋ: ପରୀ ହତ୍ୟା ଝଡରେ ଅଚଳ ହୋଇପଡିଛି ବିଧାନସଭା । ସିବିଆଇ ତଦନ୍ତ ଦାବିରେ ଅଟଳ ରହିଛି ମୁଖ୍ୟ ବିରୋଧୀ ଦଳ ବିଜେପି । ଗତକାଲି ଏହାକୁ ନେଇ ବିଧାନସଭାରେ ତମ୍ବିତୋଫାନ ଦେଖାଦେଇଥିଲା । ଆଜି ଗୃହକାର୍ଯ୍ୟ କିଭଳି ଚାଲିବ ସେ ଉପରେ ସମସ୍ତଙ୍କ ନଜର ରହିଛି । ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିଜେପି ସଭ୍ୟମାନେ କାଲି ଗୃହରେ ହଟ୍ଟଗୋଳ କରିଥିଲେ ।

ବାଚସ୍ପତିଙ୍କ ମାଇକ୍ରୋଫୋନ ଭାଙ୍ଗିଦେବା ସହ କାଗଜ ଚିରି ଫିଙ୍ଗିଦେଇଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ବାଚସ୍ପତିଙ୍କ ଆସନ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ହୋହଲ୍ଲା ଓ ସ୍ଲୋଗାନବାଜିରେ ଗୃହ ଥରିଥିଲା । ଗୃହ ବାରମ୍ବାର ମୁଲତବୀ ରହିଥିଲା । ବିଜେପିର ହଙ୍ଗାମା ସତ୍ୱେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚଦାବି ଆଗତ ସହ ପାରିତ ହୋଇଥିଲା । ଏହାଛଡା ଅନ୍ୟ ସମସ୍ତ ବିଭାଗର ଖର୍ଚଦାବି ଗିଲୋଟିମ ମାଧ୍ୟମରେ ପାରିତ ହୋଇଥିଲା । ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବ୍ୟୟମଞ୍ଜୁରୀ ବିଲ ଆଗତ କରିବେ ।