କନକ ବ୍ୟୁରୋ: ସାରାଦେଶ ମହାମାରୀ କରୋନା ଭୁତାଣୁ ସହ ଲଢ଼େଇ କରିବା ଭିତରେ ସୋମବାର ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ଭୂତାଣୁ ଯୋଗୁଁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହି ବଜେଟ ଉପରେ ସମସ୍ତଙ୍କର ନଜର ଅଟକି ରହିଥିଲା । ବଜେଟ ଘୋଷଣା ପରେ ଆସନ୍ତୁ ନଜର ପକାଇବା କଣ ଶସ୍ତା ଆଉ କଣ ମହଙ୍ଗା ହେବ ..
ଶସ୍ତା ହେବ
- ଚମଡ଼ା ତିଆରି ସାମଗ୍ରୀ
- ଜୋତା
- ଡ୍ରାଏ କ୍ଲିନିଂ
- ଲୁହାରୁ ପ୍ରସ୍ତୁତ ଦ୍ରବ୍ୟ
- ଷ୍ଟିଲ ବାସନ
- ସୁନା, ରୂପା
- ତମ୍ବାରୁ ନିର୍ମିତ ସାମଗ୍ରୀ
- ରଙ୍ଗ
- ବିଜୁଳି
- ପଲିଷ୍ଟର ଓ
- କୃଷି ଉପକରଣ ଶସ୍ତା ହେବ
କଣ ମହଙ୍ଗା ହେବ
- ମୋବାଇଲ, ମୋବାଇଲ ଉପକରଣ
- ବିଦେଶରୁ ଆସୁଥିବା କପଡ଼ା
- ମଦ
- ଲ୍ୟାମ୍ପ୍
-ସୋଲାର ଇନଭର୍ଟର
- ବିଦେଶୀ ଖାଇବା ତେଲ
- ବିଦେଶୀ ଅଟୋ ପାର୍ଟସ
- ବିଦ୍ୟୁତ୍ ଉପକରଣ