ଦୀପାବଳିରେ ଲଞ୍ଚ କରିବ ଜିଓ ଫୋନ ନେକ୍ସଟ: ଜାଣନ୍ତୁ କଣ ରହିଛି ଫିଚର୍ସ?

312

କନକ ବ୍ୟୁରୋ: ରିଲାଏନ୍ସ ଓ ଗୁଗଲ ମିଳିତ ଭାବେ ତିଆରି କରିଥିବା ସ୍ମାର୍ଟଫୋନ ଜିଓ ଫୋନ ନେକ୍ସଟ ଭାରତରେ ଲଞ୍ଚ କରିସାରିଛି । ଗ୍ରାହକ ଇଏମଆଇ ଅପ୍ସନ ସହ ଏହି ଫୋନକୁ ୧,୯୯୯ ଟଙ୍କା ଦେଇ କିଣିପାରିବେ । ଏହି ସ୍ମାର୍ଟଫୋନ ଭାରତରେ ଦିପାବଳୀ ଦିନ ଲଞ୍ଚ କରିବ । ତେବେ ଆସନ୍ତୁ ଜାଣିବା ଏହି ଫୋନର ଫିଚର୍ସ ବିଷୟରେ ।

ଏହି ସ୍ମାର୍ଟ ଫୋନ ପ୍ରଗତି ଓଏସରେ ଚାଲେ ଓ ଏହା ଆଣ୍ଟ୍ରୋଏଡର ଅପ୍ଟିମାଇଜ ଭର୍ସନ । ଯାହାକୁ କେବଳ ଭାରତୀୟ ମାନଙ୍କ ପାଇଁ ତିଆରି କରାଯାଇଛି । ଏହି ଫୋନରେ ଫିଙ୍ଗର ଫ୍ରିଣ୍ଟ କୋଟିଙ୍ଗ ଦିଆଯାଇଛି । ଏହାସହ ଏହି ଫୋନରେ ଗୋରିଲା ଗ୍ଲାସ ୩ ପ୍ରୋଟେକ୍ସନ ସହ ୫.୪ ଇଞ୍ଚ ଏଚଡି ପ୍ଲସ ଡିସପ୍ଲେ ରହିଛି ।

ଜିଓ ଫୋନ ନେକ୍ସଟରେ  ୨ଜିବି ରାମ ଓ ୩୨ ଜିବି ଷ୍ଟୋରେଜ ଦିଆଯାଇଛି । ସେହିପରି କ୍ୱାର୍ଡ କୋର ୧.୩ ଜିଏଚଜେଡ କ୍ୱାଲକୋମ ସ୍ନାପଡ୍ରାଗୋନ ୨୧୫ ପ୍ରୋସେସର ଦିଆଯାଇଛି । ଏହି କ୍ୱାର୍ଡ ସାହାଯ୍ୟରେ ଷ୍ଟୋରେଜକୁ ୫୧୨ ଜିବି  ଯାଏଁ ବଢେଇ ପାରିବେ । ଫଟୋଗ୍ରାଫି ପାଇଁ ଏହାର ରିୟର କ୍ୟାମେରା ୧୩ଏମପି ଓ ଫ୍ରଣ୍ଟରେ ୮ ଏମପି କ୍ୟାମେରା ଦିଆଯାଇଛି ।

ଏହି ସ୍ମାର୍ଟ ଫୋନର ବ୍ୟାଟେରୀ ୩୫୦ଏମଏଏଚର ଦିଆଯାଇଛି । ଏହାସହ କନେକ୍ଟିଭିଟି ପାଇଁ ମାଇକ୍ରୋ ୟୁଏସବି ପୋର୍ଟ ପାଇଁ ୩.୫ ଏମଏମ ଅଡିଓ ଜ୍ୟାକ, ବ୍ଲୁଟୁଥ ଭି୪.୧, ୱାଇଫାଇ ଓ ଡୁଆଲ ସିମର ସପୋର୍ଟ ମଧ୍ୟ ଦିଆଯାଇଛି । ଏହି ଫୋନର ସଫ୍ଟଓୟାର ଅଟୋମେଟିକ ଅପଡେଟ ହୋଇଥାଏ ।