ସିଦ୍ଧାର୍ଥଙ୍କୁ କାହିଁକି ହେଲା ହାର୍ଟଆଟାକ ?

Advertisment
ସିଦ୍ଧାର୍ଥଙ୍କୁ କାହିଁକି ହେଲା ହାର୍ଟଆଟାକ ?

କନକ ବ୍ୟୁରୋ : ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।  କେହି ସହଜରେ ବିଶ୍ୱାସ କରିପାରୁନାହାଁନ୍ତି କି ସେ ଆଉ ନାହାଁନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ଏହି ଖବରକୁ ଗ୍ରହଣ କରିବା କଷ୍ଟ । ଜଣେ ବ୍ୟକ୍ତି ଯିଏକି ଏକଦମ ଫିଟ ଦେଖାଯାଉଛନ୍ତି ତାଙ୍କର ଏମିତି କଣ ହେଲା କି ସେ ହାର୍ଟଆଟାକରେ ଚାଲିଗଲେ । ସାରା ଇଣ୍ଡଷ୍ଟ୍ରିରେ ସେହି ଗୋଟିଏ ଚର୍ଚ୍ଚା କି କେମିତି ଏତେ ଫିଟ ଥିବା ସିଦ୍ଧାର୍ଥ ଙ୍କୁ ହୃଦଘାତ ହେଲା । ସିଦ୍ଧାର୍ଥଙ୍କ ମୃତ୍ୟୁପରେ ଗୋଟିଏ କଥାକୁ ନେଇ ଏବେ ଚର୍ଚ୍ଚା କି ଏବେ ବହୁତ କମ ବୟସ୍କ ମାନେ ହୃଦଘାତର ଶୀକାର ହେଉଛନ୍ତି । ଏବେ ଭାରତର ଯୁବପିଢୀମାନେ ବହୁତ କମ ବୟସରେ ହୃଦଘାତର ଶୀକାର ହେଉଛନ୍ତି ।

ଏହି କିଛିଦିନ ମଧ୍ୟରେ ଅନେକ ସେଲିବ୍ରିଟି ହୃଦଘାତରେ ପ୍ରାଣ ହରାଇଛନ୍ତି । ହେଲେ ସିଦ୍ଧାର୍ଥଙ୍କ କେସରେ ଡାକ୍ତରମାନେ ବି ମତ ରଖିଛନ୍ତି । ଡାକ୍ତରଙ୍କ କହିବା କଥା କି ସିଦ୍ଧାର୍ଥ କେବଳ ନିଜର ଫିଜିକାଲ ଫିଟନେସ ଓ ବଡି ଉପରେ ହିଁ କାମ କରିଛନ୍ତି । କେବଳ ସେତିକି ନୁହେଁ, ଅତ୍ୟଧିକ ୱାର୍କ ଆଉଟ ଯୋଗୁଁ ସେ ନିଜର ଏନର୍ଜି ହରାଇଛନ୍ତି, ଏପଟେ ସିଦ୍ଧାର୍ଥଙ୍କ କିଛି ସାଙ୍ଗଙ୍କ କହିବା କଥା କି, ସିଦ୍ଧାର୍ଥଙ୍କ ଶୋଇବା ସମୟ ବି ଠିକଠାକ ନଥିଲା, ତେଣୁ ଶୋଇବାରେ ଅନିୟମିତତା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ତେବ ଡାକ୍ତରଙ୍କ କହିବା କଥା କି ଅତ୍ୟଧିକ ଷ୍ଟ୍ରେସ, ହାଇ ପ୍ରୋଫାଇଲ ସୋସିଆଲ ଲାଇଫ୍ ତଥା ଡ୍ରଗସ ସେବନ, ଷ୍ଟେରଏଡ ଇତ୍ୟାଦି ହେଉଛି ମୁଖ୍ୟ କାରଣ, ଯାହାକି ଜଣେ ନିୟମିତ ଜିମ୍ ଯାଇ ନିଜକୁ ଫିଟ ରଖିଲେ ମଧ୍ୟ ଏସବୁ ଜିନିଷ ଜୀବନଶୈଳୀକୁ ପ୍ରଭାବିତ କରୁଛି । ତେଣୁ ଏବେ ଅଧିକାଂଶ ଭାରତୀୟ ଯୁବପିଢୀ ଏପରି ହୃଦଘାତର ଶୀକାର ହେଉଛନ୍ତି । ତେଣୁ ଏଥିପାଇଁ ଫୁଲ ବଡି ଚେକଅପର ଆବଶ୍ୟକତା ରହିଛି, ଏଥିସହ ଫ୍ୟାମିଲି ହିଷ୍ଟ୍ରି ବି ଜାଣିବା ଦରକାର । ଯାହାଦ୍ୱାରା ରୋଗର କାରଣ ଜାଣିହେବ ।

ଏହାଛଡା ବର୍ତ୍ତମାନ ଯୁବପିଢୀ ନିଜ ବଡି ଉପରେ ଅଧିକ ଧ୍ୟାନ ଦେଉଛନ୍ତି , ବଡି କେମିତି ଫିଟ ରହିବ ତାକୁ ଗୁରୁତ୍ୱ ଦେଉଛନ୍ତି ହେଲେ ନିଜକୁ ମାନସିକ ଭାବେ କେମିତି ଫିଟ ରଖିବେ ସେ ନେଇ ଗୁରୁତ୍ୱ ଦେଉନାହାଁନ୍ତି । ନିଜକୁ ଅବସାଦ ମୁକ୍ତ କରିବା ପାଇଁ ଯୁବପିଢୀ ଅତ୍ୟଧିକ ମଦ୍ୟପାନ, ଧୁମ୍ରପାନ ଉପରେ ଗୁରୁତ୍ୱ ଦେଉଛନ୍ତି, ଯାହା ଫଳରେ ସେମାନେ ଏମିତି ଅକାଳରେ ହୃଦଘାତର ଶୀକାର ହେଇ ମୃତ୍ୟୁମୁଖରେ ପଡୁଛନ୍ତି । ତେଣୁ ୩୦ ବର୍ଷ ପରେ ନିଜର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଜରୁରୀ, ଏଥିସହ ନିଜକୁ ଅବସାଦ ମୁକ୍ତ କରିବା ପାଇଁ ମଦ ଓ ଧୁମ୍ରପାନ ନୁହେଁ ବରଂ ଯୋଗ ମାଧ୍ୟମରେ ନିଜକୁ ମାନସିକ ଭାବେ ସୁସ୍ଥ ରଖିବାକୁ ଚେଷ୍ଟା କରିବା ଆବଶ୍ୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe