ପରିଶ୍ରା ରଙ୍ଗ ପରିବର୍ତ୍ତନ କେଉଁ ରୋଗକୁ କରେ ଆମନ୍ତ୍ରଣ ? ପରିଶ୍ରା ରଙ୍ଗ ଜଣାଇବ ଆପଣଙ୍କୁ ହୋଇଛି କେଉଁ ରୋଗ !  

3,011

ରୋଗ ଗ୍ରାସ କରିବା ପୂର୍ବରୁ ଶରୀର ଅନେକ ପ୍ରକାରର ସଂକେତ ଦେଇଥାଏ । କିନ୍ତୁ ଅଜ୍ଞାତ ବଶତଃ ଆମେ ସେସବୁ ସଂକେତକୁ ବୁଝି ପାରୁନାହୁଁ । ତେବେ ମୂତ୍ରର ବିଭିନ୍ନ ରଙ୍ଗ ମଧ୍ୟ ଅନେକ ରୋଗର ସଂକେତ ଦେଇଥାଏ । ୟୁରିନର ମହତ୍ତ୍ୱ ବିଷୟରେ ବିଶେଷଜ୍ଞ କୁହନ୍ତି ଏହା କେବଳ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ କାମ କରିନଥାଏ , ଶରୀରର ତରଳ ପଦାର୍ଥକୁ ବି ସନ୍ତୁଳନ ରଖିବାରେ ସହାୟକ ହୁଏ । ଅନେକ ଥର ବିଟ୍ କିମ୍ବା ଜାମୁକୋଳି ଭଳି ଫଳ ଖାଇଲେ ମୂତ୍ରର ରଙ୍ଗ ପରିବର୍ତ୍ତନ ହୁଏ । ଔଷଧ ସେବନ କଲେ ମଧ୍ୟ ଏଭଳି କିଛି ହୋଇଥାଏ । କିନ୍ତୁ ବିନା କୌଣସି କାରଣରେ ମୁତ୍ରର ରଙ୍ଗ ପରିବର୍ତ୍ତନ ହେବା ରୋଗର ସଂକେତ ଦେଇଥାଏ । ତେବେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା 

ସବୁଜ କିମ୍ବା ନୀଳ ମୂତ୍ରରଙ୍ଗ : 

ବେଳେବେଳେ ମୂତ୍ରପଥରେ ବ୍ୟାକ୍ଟେରିଆ ସଂକ୍ରମିଣ ହେବା କାରଣରୁ ମୁତ୍ରରଙ୍ଗ ପରିବର୍ତ୍ତନ ହୋଇ ସବୁଜ ହୋଇଯାଏ । ହାଇପରକ୍ୟାଲ୍ସେମିୟା କିମ୍ବା ବ୍ଲୁ ଡ଼ାଇପର୍ ସିଣ୍ଡ୍ରୋମରେ ପୀଡ଼ିତ ହେଲେ ନୀଳ ରଙ୍ଗର ପରିଶ୍ରା ହୋଇଥାଏ । ଏହାକୁ ଭୁଲରେ ସୁଦ୍ଧା ହାଲକାରେ ନେଲେ ଅସୁବିଧା ବଢିବାର ସମ୍ଭାବନା ଥାଏ । 

ଇଷତ୍ କଳା କିମ୍ବା ଧୁସର ରଙ୍ଗର ପରିଶ୍ରା :

କାପର୍ କିମ୍ବା ଫିନୋଲ୍ ବିଷାକ୍ତତା କିମ୍ବା ମେଲେନୋମା କାରଣରୁ ପରିଶ୍ରାର ରଙ୍ଗ ଇଷତ୍ କଳା କିମ୍ବା ଧୁସର ରଙ୍ଗର ହୋଇଥାଏ । ମେଲେନୋମା ଏକପ୍ରକାରର ଚର୍ମ କ୍ୟାନ୍ସର ଯାହା ତ୍ୱଚାର ଯେକୌଣସି ସ୍ଥାନରେ ହୋଇପାରେ । ତେଣୁ ପରିଶ୍ରାର ଏଭଳି ରଙ୍ଗକୁ ଜମାରୁ ବି ଅଣଦେଖା କରନ୍ତୁ ନାହିଁ ।

ଧଳା ପରିଶ୍ରା : 

ମୂତ୍ରପଥରେ ସଂକ୍ରମଣ ଅଥବା କିଡ଼ନୀ ଜନିତ ସମସ୍ୟାରେ ପରିଶ୍ରାର ରଙ୍ଗ ବାଦଲ ଭଳି ସଫା ଅଥବା ଧୁସରିଆ ଦେଖାଯାଏ । ଏହାଛଡ଼ା ଫାଇଲେରିୟଲ୍ ସଂକ୍ରମଣ କାରଣରୁ ୟୁରିନର ରଙ୍ଗ ମଧ୍ୟ ଧଳା ହୋଇଥାଏ । 

ନାଲି ପରିଶ୍ରା : 

ପରିଶ୍ରାର ରଙ୍ଗ ଲାଲ୍ ପଡ଼ିଲେ ଏହା ବିପଦଜନକ ହୋଇଥାଏ । ପରିଶ୍ରାରେ ରକ୍ତ ଆସିବା କାରଣରୁ ଏଭଳି ଦେଖାଯାଇଥାଏ । ୟୁଟିଆଇ କିମ୍ବା କିଡ଼ନୀ ସମସ୍ୟା ହେଲେ ଏଭଳି ପରିଶ୍ରା ହୋଇଥାଏ । ତେଣୁ ଏଭଳି ଯଦି କୌଣସି ସମସ୍ୟା ଦେଖାଯାଉଛି ତେବେ ବିଳମ୍ବ ନ କରି ତୁରନ୍ତ ଚିକିତ୍ସକଙ୍କୁ ଦେଖାନ୍ତୁ ।