ପଞ୍ଚାୟତ ଫଇସଲା: କଣ କହୁଛି ସନ୍ଧ୍ୟା ୭ଟା ୨୦ ସୁଦ୍ଧାର ଟ୍ରେଣ୍ଡ? ଏହି ସବୁ ଜିଲ୍ଲାରେ ଖାତା ଖୋଲିପାରିନାହାନ୍ତି ବିରୋଧୀ 

129

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସନ୍ଧ୍ୟା ୭ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୩ଟି ଜୋନରୁ ବିଜେଡି ୫୪୯ଟି ଜୋନରେ ଆଗୁଆ ରହିଛି, ବିଜେପି ୩୧ ଏବଂ କଂଗ୍ରେସ ୩୩ ଜୋନରେ ଆଗୁଆ ରହିଛି । ସେହିପରି ୭ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ସେହିପରି ଏଥର ବିଜେପି ଓ କଂଗ୍ରେସ ବିଜେଡିଠୁ ବହୁ ପଛରେ ରହିଛନ୍ତି । ବିଜେପି ୧୪ ଓ ୧୮ ଜିଲ୍ଲାରେ ଖାତା ଖୋଲିପାରିନି । ଏହି ସବୁ ଜିଲ୍ଲାରେ ବିଜେଡି କ୍ଲିନ ସୁଇପ ମୁହାଁ ହେଉଛି । ତେବେ ଯଦି ଏଭଳି ଟ୍ରେଣ୍ଡ ଜାରି ରହିଥିବ ତାହେଲେ ଏଥର ବିଜେଡି ଏକ ବଡ ବିଜୟ ହାସଲ କରିବ ।