କନକ ବ୍ୟୁରୋ: ମୋବାଇଲରେ ପରୀ କାହାଣୀ ଦେଖିବା ହେଲା କାଳ । ପରୀ ବଞ୍ଚାଇବ ଏବଂ ଯାଦୁ ଶକ୍ତି ଦେବ ବୋଲି ଭାବି ନାବାଳକ ଏପରି କିଛି କାମ କଲେ ଫଳରେ ତା’ ବାପା, ମା’ଙ୍କ ଆଖିରୁ ଲୁହ ଶୁଖୁନି । ଏପରି କିଛି ଅଭାବନୀୟ ଘଟଣା ଘଟିଛି କୋଲକାତା ଫୁଲବଗାନ୍ ଇଲାକାରେ ।
ଉତ୍ତର କୋଲକାତା ଫୁଲବଗାନରେ ରହୁଥିବା ୧୨ ବର୍ଷର ବାଳକ ବିରାଜ ପଚିସିୟା ।ତାକୁ ଜାପାନୀ ୱେବ ସିରିଜରେ ପରୀ କାହାଣୀ ଦେଖିବାକୁ ଖୁବ ଭଲ ଲାଗେ । କିନ୍ତୁ ଏ ଅଭ୍ୟାସ ଯେ ଦିନେ ତା’ ପାଇଁ କାଳ ହେବ କେହି ଜାଣିନଥିଲେ । ପୋଲିସର କହିବା ମୁତାବକ, ବିରାଜକୁ ଅନଲାଇନ୍ କ୍ଲାସ କରିବାକୁ ଏକ ମୋବାଇଲ ଦିଆଯାଇଥିଲା । କିନ୍ତୁ ପଢା ଶେଷ ପରେ ସେ ସବୁବେଳେ ପରୀ କାହାଣୀ ଆଧାରିତ ଏକ ୱେବସିରଜ ଦେଖିବାରେ ଅଭ୍ୟସ୍ତ ହୋଇଯାଇଥିଲା । ଶେଷରେ ଏପରି ପରିସ୍ଥିତି ହେଲା ଯେ, କାହାଣୀକୁ ପରଖିବାକୁ ବାହାରିଲା ବିରାଜ । ସରସ୍ୱତୀ ପୂଜା ଦିନ ଘଟିଛି ଏପରି ଅଭାବନୀୟ ଘଟଣା ।
ଯେତେବେଳେ ଘରର ସଦସ୍ୟ ପୂଜାରେ ବ୍ୟସ୍ତ ଥିଲେ ସେ ରହୁଥିବା ଆପାର୍ଟମେଣ୍ଟର ୧୧ ମହଲାକୁ ଯାଇ ତଳକୁ ଡେଇଁଥିଲା । ମନରେ କିନ୍ତୁ ଭାବୁଥିଲା ତାକୁ ବଞ୍ଚାଇବାକୁ ପରୀ ଆସିବ । ହେଲେ ହଠାତ ତଳେ ଶୁଭିଥିଲା ଏକ ଚିକ୍ରାର । ତଳେ ଲୋକେ ଆସି ଦେଖନ୍ତି ତ ଆପାର୍ଟମେଣ୍ଟ ଚଟାଣରେ ପଡିଥିଲା ବିରାଜର ରକ୍ତାକ୍ତ ଶରୀର । ତୁରନ୍ତ ତାକୁ ପାଖ ନର୍ସିଙ୍ଗହୋମକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ଆଜିକାଲି ମୋବାଇଲ ଯୋଗୁଁ ଅନେକ ପିଲାଙ୍କ ଜୀବନ ଯାଉଥିବା ଖବର ଶୁଣିବାକୁ ମିଳୁଛି । ହେଲେ ଏଥିପ୍ରତି କାହାରି ନିଘା ନାହିଁ । ଶିଶୁ ଓ ଯୁବ ସମାଜକୁ ସୋସିଆଲ ମିଡିଆ ତଥା ମୋବାଇଲରେ ଆସୁଥିବା ଅନେକ ୱେବସିରିଜ ହେଉ ଅବା ଗେମ୍ ବିଗାଡୁଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ଅଭିଭାବକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ମନେହୁଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/pp.jpg)