ବିଶ୍ୱ ସେୟାର ବଜାରରେ ପଡୁଛି ପ୍ରଭାବ : ଛାନିଆ ଷ୍ଟାଟଅପ ଜଗତ; କାହିଁକି ବୁଡିଗଲା ସିଲିକନ ଭ୍ୟାଲି ବ୍ୟାଙ୍କ ?

187

କନକ ବ୍ୟୁରୋ : ବଡ ବଡ ଟେକ୍ନୋଲୋଜି ଷ୍ଟାଟଅପ୍ଗୁଡିକୁ ଋଣ ପ୍ରଦାନ କରି ଚର୍ଚ୍ଚାକୁ ଆସିଥିବା ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡିଯିବା ପରେ ସାରା ବିଶ୍ୱ ସେୟାର ବଜାର ପ୍ରଭାବିତ ହୋଇଛି । ଭାରତ, ଆମେରିକା, ଚୀନ ସମେତ ବ୍ରିିଟେନ, କାନାଡା,ସିଙ୍ଗାପୁରର ଷ୍ଟାଟଅପ କମ୍ପାନୀଗୁଡିକ ଛାନିଆ ହୋଇପଡିଛନ୍ତିି ।

ବ୍ୟାଙ୍କ ବନ୍ଦ ହେବା ଯୋଗୁ ସାରା ବିଶ୍ୱର ନିଜର ବ୍ରାଞ୍ଚ ଖୋଲିଥିବା ଏହି ବ୍ୟାଙ୍କର ପ୍ରାୟ ୧୭ ହଜାର ୫୦୦ କୋଟି ଗ୍ରାହକ ଚିନ୍ତାରେ ପଡିଯାଇଛନ୍ତି । ୨୦୦୮ ମସିହା ପରଠୁ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଏହା ବଡ ବିଫଳତା ବୋଲି କୁହଯାଉଛି । ଆମେରିକା କାର୍ଲିଫର୍ଣ୍ଣିଆରେ ଥିବା ଏହି ଘରୋଇ ବ୍ୟାଙ୍କ୍ ବୁଡିଯିବା ପରେ ଅର୍ଥନୀତି ଉପରେ ଏହାର କ’ଣ ପ୍ରଭାବ ରହିବ ତାହା ଏପର୍ଯ୍ୟନ୍ତ ସଠିକ୍ ଭାବେ ଆକଳନ କରାଯାଇନାହିଁ ।

ଭାରତ ସମେତ ଅନ୍ୟ ଦେଶଗୁଡିକ ଏହା ଉପରେ ନଜର ରଖଛନ୍ତି । ବିଶେଷକରି ବିଶ୍ୱ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ସେୟାର ମୂଲ୍ୟ ତଳକୁ ଖସିଯାଇଛି । ୨୦୦୩ରୁ ଭାରତରେ ପେଟିଏମ୍, ଇନମୋବି, କାରୱାଲେ, ବ୍ଲ୍ୟୁଷ୍ଟୋନ ଭଳି ୨୦ରୁ ଅଧିକ ଷ୍ଟାଟଅପରେ ପୁଞ୍ଜି ନବେଶ କରିଥିଲା ସିଲିକନ ଭ୍ୟାଲି । ଏବେ କମ୍ପାନୀ ବୁଡିଯିବାରୁ ଭାରତରେ ସେୟାର ବଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି ।

କାହିଁକି ବୁଡିଗଲା ସିଲିକନ ଭ୍ୟାଲି ବ୍ୟାଙ୍କ ?

– ଏହି ବ୍ୟାଙ୍କଠୁ ଋଣ ନେଇଥିବା ବଡ ବଡ କମ୍ପାନୀଗୁଡିକର ସେୟାର ମୂଲ୍ୟ କମିବା
– ଟେକ୍ନୋଲୋଜି ଷ୍ଟାଟଅପଗୁଡିକରେ ବ୍ୟାଙ୍କ ବିପୁଳ ପରିମାଣରେ ବିନିଯୋଗ କରିଥିଲା
– କୋଭିଡ ମହାମାରୀ ଯୋଗୁ ଏହି ଷ୍ଟାଟଅପ କମ୍ପାନୀଗୁଡିକର ବେପାର ଭଲ ହୋଇନଥିଲା
– ତେଣୁ ବ୍ୟାଙ୍କରେ ନିବେଶ କରିଥିବା ଅଧିକାଂଶ ଗ୍ରାହକ ସେମାନଙ୍କ ପୁଞ୍ଜି ପ୍ରତ୍ୟାହାର କରିନେଇଥିଲେ
– କମ୍ପାନୀର ସେୟାର ମୂଲ୍ୟ କମିବାରୁ ବାଧ୍ୟ ହୋଇ ନିଜର କିଛି ସେୟାର ବିକ୍ରି କରିଥିଲା ସିଲିକନ ଭ୍ୟାଲି
– ଫଳରେ ପ୍ରାୟ ୧୬ ହଜାର ୪୦୪ କୋଟି ଟଙ୍କା କ୍ଷତି ସହିଥିଲା କମ୍ପାନୀ
– ସିଲିକନ ଭ୍ୟାଲି ବ୍ୟାଙ୍କର ପ୍ରାୟ ୬୦ ପ୍ରତିଶତ ସେୟାର ମୂଲ୍ୟ କମିଯାଇଥିବା
– ବ୍ୟାଙ୍କ ବୁଡିଯାଇଥିଲେ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଥିବା କହିଛି ଫେଡେରାଲ ଡିପୋଜିଟ୍ ଇନସ୍ୟୁରାନ୍ସ କୋଅପରେସନ୍ (ଏଫ୍ଡିଆଇସି)
– ଏଫଡିଆଇସି ‘ନ୍ୟାସନାଲ ବ୍ୟାଙ୍କ ଅଫ ସାଂଟା କ୍ଲାରା’ ନାମକ ଏକ ନୂଆ ବ୍ୟାଙ୍କ ଖୋଲି ତାକୁ ସିଲିକଲ ଭ୍ୟାଲିର ସବୁ ସମ୍ପତି ଦେଇଛି
– କିନ୍ତୁ ବ୍ୟାଙ୍କର ୧୭ ହଜାର ୫୦୦ କୋଟି ଗ୍ରାହକ ସେମାନଙ୍କ ପୁଞ୍ଜିକୁ ନେଇ ଚିନ୍ତାରେ ଅଛନ୍ତିି