୪୭ ପୃଷ୍ଠାର ପିଟିସନ ଦାଖଲ କଲେ ଅନୁଭବ । କହିଲେ, ସମ୍ପର୍କ ରଖିବାକୁ ଚାହୁଁନଥିଲେ ବର୍ଷା, ଭଲ ପତ୍ନୀ ଏବଂ ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି ବର୍ଷା ।

Advertisment
୪୭ ପୃଷ୍ଠାର ପିଟିସନ ଦାଖଲ କଲେ ଅନୁଭବ । କହିଲେ, ସମ୍ପର୍କ ରଖିବାକୁ ଚାହୁଁନଥିଲେ ବର୍ଷା, ଭଲ ପତ୍ନୀ ଏବଂ ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି ବର୍ଷା ।

କନକ ବ୍ୟୁରୋ : ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଓ ବିଉଟି କୁଇନ ବର୍ଷା ପ୍ରିୟଦର୍ଶନୀଙ୍କ ଜୀବନରେ ଉଠିଥିବା ଝଡରେ ଆଜି ଆସିଛି ନୂଆ ମୋଡ । ଗତକାଲି ବର୍ଷାଙ୍କ ଅଭିଯୋଗ ପରେ ଛାଡପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ଅନୁଭବ ମହାନ୍ତି । ପତ୍ନୀଙ୍କ ଆଚରଣ ତାଙ୍କୁ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି । ୨୦୧୫ରେ ବର୍ଷାଙ୍କୁ ନେଇ ଆମେରିକା ଯାଇଥିଲେ ଅନୁଭବ । ଆସନ୍ତୁ ଦେଖିବା କୋର୍ଟରେ କଣ କହିଛନ୍ତି ଅନୁଭବ ?

ପିଟିସନରେ ଅନୁଭବଙ୍କ ଅଭିଯୋଗ :
ସମ୍ପର୍କ ରଖୁନଥିଲେ ବର୍ଷା ପ୍ରିୟଦର୍ଶିନୀ
ଯାହା ତାଙ୍କୁ ଅସହଜ ଓ ଅସୁଖୀ କରିଥିଲା
ପ୍ରଥମ ରାତିରେ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା
ସମ୍ପର୍କ ରଖିବାକୁ ୩,୪ ମାସ ସମୟ ମାଗିଥିଲେ ବର୍ଷା
ବର୍ଷାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ ଅନୁଭବ
ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସମ୍ପର୍କରେ ସୁଧାର ପାଇଁ ଚେଷ୍ଟା କରିଥିଲେ ଅନୁଭବ
କିନ୍ତୁ ସମ୍ପର୍କ ରଖିବାକୁ ଅସହଜ ମନେ କରୁଥିଲେ ବର୍ଷା
ପତ୍ନୀଙ୍କ ଏଭଳି ଆଚରଣ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ
ଜନ୍ମଦିନରେ ସବୁ ସ୍ୱାଭାବିକ କରିବାକୁ ପ୍ରତିଶ୍ରୁତି ଦେଇଥିଲେ
ବର୍ଷା ଭଲ ପତ୍ନୀ ଏବଂ ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe