କନକ ବ୍ୟୁରୋ: ଚେନ୍ ଲୁଟ ପରେ ଲୁଟେରାମାନେ କେମିତି ସୁନା ଚେନ ଗୁଡ଼ିକ ବିକ୍ରି କରନ୍ତି, ଆଉ ତା ବଦଳରେ କେମିତି ଟଙ୍କା ଆଦାୟ କରନ୍ତି, ତାହା କମିଶନରେଟ୍ ପୋଲିସ୍ ଚେନ୍ ଲୁଟେରାଙ୍କୁ ଧରିବା ପରେ ଏକଥାର ପର୍ଦ୍ଦାଫାସ ହୋଇଛି ।
ମୁଖାପିନ୍ଧା ଏହି ଅଭିଯୁକ୍ତମାନେ ହେଉଛନ୍ତି ଜଣେ ଜଣେ ଲୁଟେରା । ଏହି ଅଭିଯୁକ୍ତମାନେ ରାଜଧାନୀରେ ବୁଲି ବୁଲି ଲୁଟ କରନ୍ତି । ବିଶେଷକରି ଏମାନେ ସୁନା ପିନ୍ଧିଥିବା ମହିଳାଙ୍କୁ କରିଥାନ୍ତି ସଫ୍ଟ ଟାର୍ଗେଟ । ଆପଣ କିଛି ବୁଝିବା ଆଗରୁ ଏମାନେ ସ୍ପିଡ ବାଇକରେ ଆସି ଆଖିପିଛୁଳାକେ ବେକରୁ ଚେନ୍ ଝାମ୍ପି ଫେରାର ହୋଇଯାଆନ୍ତି । ଆପଣ ବୁଝିଲା ବେଳକୁ ଏମାନେ ବହୁତ ଦୂରକୁ ଚାଲି ଯାଇଥାନ୍ତି । ଏହି ଲୁଟେରାଙ୍କୁ ହାତକଡ଼ି ପିନ୍ଧାଇ ଏମାନଙ୍କ ଠାରୁ ଚୋରି ସୁନା ଜବତ କରିରଛି କମିଶନରେଟ ପୋଲିସ୍ ।
ପୋଲିସ୍ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ, ଏହି ଚୋରି ସୁନାକୁ ଲୁଟେରାମାନେ ଜଣେ ଦଲାଲକୁ ଦିଅନ୍ତି । ଦଲାଲ ଜଣକ ସେହି ସୁନାକୁ ନେଇ ସୁନା ଦୋକାନୀଙ୍କୁ ଦେଇଥାନ୍ତି । ଆଉ ସୁନା ଦୋକାନୀ ଚୋରି ସୁନା ଜାଣି ମଧ୍ୟ ଏହାକୁ ଗ୍ରହଣ କରନ୍ତି ଏବଂ ଏଥିପାଇଁ ଅଧା ରେଟରେ କିଣି ନିଅନ୍ତି । ଆଉ ଏହାକୁ ତରଳାଇ ନୂଆ ଗହଣା ଗଢ଼ିଥାନ୍ତି । ତେବେ ଦୁଇ ଲୁଟେରାଙ୍କ ସମେତ ସୁନା କିଣିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।
କିଛି ଦିନ ତଳେ ଏନକାଉଣ୍ଟରରେ ଆହତ ହୋଇ ଜେଲରେ ଥିବା ଚକରା ଗ୍ୟାଙ୍ଗର ଏମାନେ ଅନ୍ୟତମ ସଦସ୍ୟ ବୋଲି କୁହାଯାଉଛି । ପୂର୍ବରୁ ମଧ୍ୟ ଏମାନଙ୍କ ନାଁରେ ବିଭିନ୍ନ ଥାନା ଅଞ୍ଚଳରେ ମାଳ ମାଳ ଅଭିଯୋଗ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/05/pjimage-2-2.jpg)