କନକ ବ୍ୟୁରୋ: ଭାରତ-ପାକିସ୍ତାନ ମ୍ୟାଚ । ଯାହା ଉଭୟ ଦେଶର ଫ୍ୟାନମାନଙ୍କ ପାଇଁ ଏକ ଇମୋସନ । ଯେଉଁ ମ୍ୟାଚ ଫ୍ୟାନମାନଙ୍କ ହାର୍ଟ ବିଟ୍ କୁ ବଢାଇ ଦେଇଥାଏ । ପ୍ରତି ମୂର୍ତ୍ତରେ ମ୍ୟାଚକୁ ନେଇ ଉତ୍କଣ୍ଠା ରହିଥାଏ ।

Advertisment

ଭାରତ-ପାକିସ୍ତାନ ମ୍ୟାଚମାନେ ଆମ ମନକୁ ଚାଲିଆସେ ଯେମିତି ଏକ ଯୁଦ୍ଧ । ପୂର୍ବରୁ ଆମେ ଦେଖୁଛି ଅନେକ ସମୟରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥାଏ । ଆଉ ଏବେ ଏସବୁ ନଦେଖାଯାଉଥିଲେ ବି ମନରେ ଏହି ମ୍ୟାଚକୁ ନେଇ ଉତ୍କଣ୍ଠା ରହିଥାଏ । ତେବେ ଆପଣଙ୍କ ମନରେ କେବେ ନା କେବେ ନିଶ୍ଚେ ପ୍ରଶ୍ନ ଆସିଥିବ ମ୍ୟାଚ ପରେ ଆଉ ପୂର୍ବରୁ ଏହି ଦୁଇ ଦେଶର ଖେଳାଳି କଣ କଥା ହୋଇଥାନ୍ତି ।

କଣ ଦୁଇ ଦେଶର ଖେଳାଳି ମ୍ୟାଚର ରଣନୀତିକୁ ନେଇ କଥା ହୁଅନ୍ତି? ନା ପରସ୍ପର ସହ ମସ୍ତି ମଜାକ କରି ମିଶିବାକୁ ଚେଷ୍ଟା କରନ୍ତି । ଏହି ସବୁ ପ୍ରଶ୍ନର ଉତ୍ତର ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ପାକିସ୍ତାନ ଅଧିନାୟକ ବାବର ଆଜମ ଦେଇଛନ୍ତି । ଟି-୨୦ ବିଶ୍ୱକପ ପୂର୍ବରୁ ୧୬ ଟିମର ସମସ୍ତ ଅଧିନାୟକ ସାମ୍ନାକୁ ଆସିଛନ୍ତି । ଏହି ସମୟରେ ରୋହିତ ଆଉ ବାବର ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ବାବର ଆଜମ କହିଥିଲେ କି ମୁଁ ଯେତେବେଳେ ବି ଭାରତୀୟ ଖେଳାଳୀ କିମ୍ବା ରୋହିତ ଶର୍ମାଙ୍କୁ ଭେଟିଥାଏ କିଛି ନା କିଛି ଶିଖିବାକୁ ଚେଷ୍ଟା କରିଥାଏ । ସେ ମୋଠାରୁ ବଡ, ମୁଁ ଚେଷ୍ଟା କରେ ଯେତେ ହୋଇପାରିବ ମୁଁ ତାଙ୍କଠାରୁ ସେତେ ଅଭିଜ୍ଞତା ହାସଲ କରିପାରିବି । କାରଣ ସେ ଯେତେ ମ୍ୟାଚ ଖେଳିଛନ୍ତି ଆମେ ତାଙ୍କଠାରୁ ସେତେ ଶିଖିବାଟା ଭଲ ।

ଏହାପରେ ରୋହିତ ଶର୍ମା କହିଥିଲେ ଆମେ ଯେବେ ବି ଦେଖା ହେଉ ଚାପରେ ଥିଲା ଭଳି କୌଣସି କଥା ହେଉନୁ । ଆମେ ଏସିଆ କପରେ ଭେଟ ହେଇଥିଲୁ, ଏବେ ବି ଭେଟ ହେଇଛୁ, ଘରେ କଣ ହାଲଚାଲ ରହିଛି? ଘରେ ସବୁ କେମିତି ଅଛନ୍ତି? ବାସ ଏଇ ସବୁ କଥାକୁ ନେଇ ଚର୍ଚ୍ଚା ହୋଇଥାଏ । କେବଳ ଆମେ ନୁହେଁ ଆମ ଗତ ପିଢୀ ମଧ୍ୟ ଏହି ସବୁ ବିଷୟରେ କଥା ହୋଇଥାନ୍ତି ।

ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ଭାରତ-ପାକିସ୍ତାନ ଟିମ । ଏହି ଦୁଇ ଦେଶ ନିଜ ପ୍ରଥମ ମ୍ୟାଚ ପରସ୍ପର ସହ ଅକ୍ଟୋବର ୨୩ରେ ଖେଳିବେ । ଭାରତ ନିଜର ଦୁଇଟି ଅନଅଫିସିଆଲ ୱାର୍ମ ଅପ ମ୍ୟାଚ ଖେଳି ସାରିଛି ଯେଉଁଥିରେ ଗୋଟିଏ ପରାଜୟ ଓ ଗୋଟିଏ ବିଜୟ ଲାଭ କରିଛି । ସେହିପରି ଏବେ ଟିମ ଇଣ୍ଡିଆ ୨ଟି ଅଫିସିଆଲ ୱାର୍ମ ମ୍ୟାଚ ଖେଳିବ ଆଉ ଅକ୍ଟୋବର ୨୩ରେ ବିଶ୍ୱକପ ମିଶନ ପାଇଁ ମୈଦାନକୁ ଓହ୍ଲାଇବ ।