ଆମେରିକାକୁ ତାଲିବାନ ଦେଲା ଚ୍ୟାଲେଞ୍ଜ : ୯/୧୧ ୱାଲ୍ଡ ଟ୍ରେଡ ସେଂଟର ଆକ୍ରମଣ ଦିନ ଆଫଗାନିସ୍ତାନ ସରକାର ନେବ ଶପଥ

ଏପଟେ ସାମନାକୁ ଆସିଲା ସାମ୍ବାଦିକଙ୍କ ଉପରେ ତାଲିବାନର ବର୍ବରତା

239

କନକ ବ୍ୟୁରୋ : ସେପ୍ଟେମ୍ବର ୧୧ରେ ଶପଥ ଗ୍ରହଣ କରିବ ତାଲିବାନ ସରକାର । ତେବେ ବଡ଼କଥା ହେଉଛି ସେପ୍ଟେମ୍ବର ୧୧ ହେଉଛି, ଆମେରିକାରେ ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଆତଙ୍କବାଦୀ ଆକ୍ରମଣର ବର୍ଷ ପୂର୍ତ୍ତି । ୨୦୦୧ ସେପ୍ଟେମ୍ବର ୧୧ରେ ଅଲକାଇଦା ଆତଙ୍କବାଦୀମାନେ ଆମେରିକାରେ ଆତଙ୍କୀ ଆକ୍ରମଣ କରିଥିଲେ, ଏହାପରେ ଓସାମା ବିନ୍ ଲାଡେନଙ୍କୁ ଧରିବାକୁ ଆଫଗାନିସ୍ତାନ ଆକ୍ରମଣ କରିଥିଲା ଆମେରିକା ।

ତେବେ ଏହା ଭିତରେ ୨୦ ବର୍ଷ ବିତିଯାଇଛି । ଆଫଗାନିସ୍ତାନ ଛାଡ଼ି ଚାଲିଯାଇଛି ଆମେରିକା, ଆଉ ଏବେ ତାଲିବାନ ନିଜର ଦବଦବା ସାବ୍ୟସ୍ତ କରିଛି । ସେହି ସେପ୍ଟେମ୍ବର ୧୧ ତାରିଖରେ ଆଫଗାନିସ୍ତାନରେ ସରକାର ଗଢ଼ିବାକୁ ଯାଉଛି ତାଲିବାନ । ଏହି ଦିନକୁ ଶପଥ ଗ୍ରହଣ ଦିନ ଭାବେ ତାଲିବାନ ବାଛିବା, ଆମେରିକାକୁ ଚ୍ୟାଲେଂଜ ଦେବା ଭଳି ହୋଇଛି । ହାସନ ଅଖୁନ୍ଦଙ୍କ ନେତୃତ୍ୱରେ ତାଲିବାନ ସରକାର ଗଢ଼ାଯିବାକୁ ଥିବା ବେଳେ ଦୁଇଜଣ ଉପପ୍ରଧାନମନ୍ତ୍ରୀ ରହିବେ ବୋଲି ଘୋଷଣା ହୋଇଛି ।