ଭାରତ ଅନଲକ୍, ଓଡ଼ିଶାରେ ହେବ କ’ଣ ? ଅନଲକ୍ ୩.୦ରେ ଓଡ଼ିଶାରେ ଖୋଲିବ କି ଜିମ୍, ହଟିବ କି ରାତ୍ରୀକାଳୀନ କର୍ଫ୍ୟୁ ? କ’ଣ ନିଷ୍ପତ୍ତି ନେବେ ରାଜ୍ୟ ସରକାର ?

3,110

କନକ ବ୍ୟୁରୋ : କେନ୍ଦ୍ର ସରକାର ଅନଲକ୍ ୩.୦ ମାର୍ଗଦର୍ଶିକା ଜାରି କରିବା ପରେ ଏବେ ନଜର ରହିଛି ରାଜ୍ୟ ସରକାରଙ୍କ ଉପରେ । କେନ୍ଦ୍ରର ଗାଇଡଲାଇନ୍ ଭଳି ହେବକି ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ? କେନ୍ଦ୍ର ଭଳି କଟକଣା କୋହଳ କରିବ କି ରାଜ୍ୟ? ରାଜ୍ୟରେ ହଟିବ କି ରାତ୍ରୀ କାଳୀନ କର୍ଫ୍ୟୁ ? ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବ କି ?

ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ ଖୋର୍ଦ୍ଧା, ଗଂଜାମ, କଟକ ଓ ଯାଜପୁରରେ ଆସନ୍ତା ୩୧ ତାରିଖ ଯାଏଁ ଲକଡାଉନ୍ ଜାରି ରହିଛି । ରାଉରକେଲା ମ୍ୟୁନିସପାଲଟିରେ ମଧ୍ୟ ଲକଡାଉନ୍ ଲାଗୁ ହୋଇଛି । ଏବେ ନଜର ରହିଛି ଏସବୁ ଜିଲ୍ଲାରୁ ଲକଡାଉନ୍ ହଟିବ ନା ପୁଣି ଲକଡାଉନ୍ ଜାରି କରିବେ ସରକାର ।

ସେହିପରି ସପିଂ ମଲ ଖୋଲିବା ନେଇ କେନ୍ଦ୍ର ସରକାର ରାଜ୍ୟ ଉପରେ ନିଷ୍ପତି ଛାଡିଥିବାରୁ ରାଜ୍ୟ ସରକାର ମଲ୍ ଖୋଲିବାକୁ ଅନୁମତି ଦେବେ କି ନାହିଁ ତା ଉପରେ ନଜର ରହିଛି । ପୂର୍ବରୁ କେନ୍ଦ୍ର ସରକାର ଦେଶରେ ଅନଲକ୍ ଜାରି କରିଥିବା ବେଳେ ରାଜ୍ୟରେ କିନ୍ତୁ କିଛି ଜିଲ୍ଲାରେ ଲକଡାଉନ୍ ଓ ସଟଡାଉନ୍ ଜାରି ରହିଛି । ତେଣୁ ଜୁନ୍ ୩୧ ପରେ ରାଜ୍ୟ ସରକାର କୋଭିଡ୍ ମାର୍ଗଦର୍ଶିକାରେ କ’ଣ ସବୁ କୋହଳ କରୁଛନ୍ତି ତାଉପରେ ନଜର ରହିଛି ।