ଏନଡିଏରେ ଟିଡିପିର ମୁଖ୍ୟ ଭୂମିକା । ମୋଦୀଙ୍କ ସହ ବଡ ମୂଲଚାଲ କରିପାରନ୍ତି ଚନ୍ଦ୍ରବାବୁ ନାଇଡୁ । କ’ଣ କରିବେ ଦାବି?

1,193

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଆସିସାରିଛି । ବିଜେପିର ନେତୃତ୍ୱରେ ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିଛି । ଯଦିଓ ବିଜେପିକୁ ବହୁମତ ମିଳିପାରିନାହିଁ । ଏଭଳି ସ୍ଥିତିରେ ବିଜେପିକୁ ନିଜ ସହଯୋଗୀ ଦଳଙ୍କ ଉପରେ ନିର୍ଭର କରିିବାକୁ ପଡୁଛି । ତେଲଗୁ ଦେଶମ୍ ପାର୍ଟି ( ଟିଡିପି ) ଓ ଜେଡିୟୁ ଭରସାରେ ମୋଦୀ ସରକାର ବନିବାକୁ ଯାଉଛି । କିନ୍ତୁ ମୋଦୀଙ୍କ ତୃତୀୟ ଟର୍ମ ପାଇଁ ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂୁମିକା ରହିଛି ।

ଯଦିଓ ଟିଡିପି ଏନଡିଏର ଅଂଶ କିନ୍ତୁ ଏଥର କିନ୍ତୁ ଯେହେତୁ ବିଜେପି ବହୁମତ ହାସଲ କରିନାହିଁ ତେଣୁ ସରକାର ଗଠନ ହେବାରେ ଚନ୍ଦ୍ରବାବୁଙ୍କ ସହଯୋଗ ଆଶା କରିବ ବିଜେପି । କିନ୍ତୁ ଏହା ବଦଳରେ ମୋଦୀଙ୍କ ସହ ବଡ ଡିଲ କରିପାରନ୍ତି ଚନ୍ଦ୍ରବାବୁ । ଆଜି ଅପରାହ୍ନରେ ଏନଡିଏର ବୈଠକ ପାଇଁ ଦିଲ୍ଲୀ ଆସୁଛନ୍ତି ଚନ୍ଦ୍ରବାବୁ । ଏହି କ୍ରମରେ ମୋଦୀଙ୍କ ପାଖରେ ବିଶେଷ କରି ୨ଟି ମୁଖ୍ୟ ଦାବି ରଖିପାରନ୍ତି । ପ୍ରଥମତଃ ମୋଦୀ ସରକାରରେ ନିଜ ଦଳର ଅତି କମରେ ୫ଜଣଙ୍କ ମନ୍ତ୍ରୀ ପଦ ମିଳିବା ଓ ଦ୍ୱିତୀୟରେ ଆନ୍ଧ୍ରପ୍ରଦେଶକୁ ସର୍ବାଧିକ ଆର୍ଥିକ ସହୟତା । ତେବେ ଆଜି ଦିଲ୍ଲୀ ଗସ୍ତରେ ଥିବାବେଳେ ଜୁନ୍ ୯ ତାରିଖରେ ନିଜର ଶପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ ଦେବେ ବୋଲି ସୂଚନା ରହିଛି ।