କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହୋଇଛି । କଂଟ୍ରାକଚୁଆଲ ଆପୋଏଂଟମେଂଟ୍ ରୁଲ ୨୦୧୩ ଉଚ୍ଛେଦ ହେବା ଫଳରେ ପ୍ରାୟ ୫୭ ହଜାର କର୍ମଚାରୀଙ୍କୁ ସ୍ଥାୟୀ ନିୟୁକ୍ତି ମିଳିଛି । ଏଣିକି ରାଜ୍ୟ ସରକାରଙ୍କ ଗ୍ରୁପ- ବି, ସି ଓ ଡି ପଦବୀରେ ଥିବା ନିୟମିତ କର୍ମଚାରୀଙ୍କ ଭଳି ସୁବିଧା ପାଇବେ ଏସବୁ ଠିକା କର୍ମଚାରୀ । ଓଡିଶା ସରକାରୀ ଚୁକ୍ତିଭିତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲଙ୍କ ସୂଚନା ଅନୁସାରେ
- ୪୨ଟି ବିଭାଗର ୨୫୦ରୁ ଅଧିକ କ୍ୟାଡରରେ ୫୭ ହଜାର କର୍ମଚାରୀ ଉପକୃତ ହେବେ
- ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରିବାକୁ ଏମାନେ ୨୦୧୭ରୁ ଆନ୍ଦୋଳନ କରିଆସୁଥିଲେ
- ଗତ ସେପ୍ଟେମ୍ବର ୧୧ରେ ପ୍ରାୟ ୪୦ ହଜାର କର୍ମଚାରୀ ଭୁବନେଶ୍ୱରରେ ଆନ୍ଦୋଳନ କରିଥିଲେ
- ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ସରକାରୀ ବିଜ୍ଞପ୍ତି ସେମାନଙ୍କୁ ଆଶ୍ୱସ୍ତି ଆଣିଦେଇଛି

Advertisment

ଏବେ ନଜର ପକାନ୍ତୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ କେତେ ଦରମା ମିଳୁଥିଲା ଓ ଏବେ ସେମାନେ କେତେ ଦରମା ପାଇବେ?
- ସପ୍ତମ ବେତନ ଲାଗୁହେବା ପୂର୍ବରୁ ଗ୍ରୁପ-ସିି ଚୁକ୍ତିଭିତ୍ତିକ କର୍ମଚାରୀ ୭ ହଜାର ଟଙ୍କା ପାଉଥିଲେ
- ସେହିପରି ଗ୍ରୁପ-ବି ପଦବୀରେ ନିଯୁକ୍ତ ଠିକା କର୍ମଚାରୀଙ୍କୁ ଦିଆଯାଉଥିଲା ୧୩ ହଜାର ୫୦୦ ଟଙ୍କା
- ସପ୍ତମ ବେତନ ଲାଗୁ ହେବାପରେ ଗ୍ରୁପ-ସିି କର୍ମଚାରୀଙ୍କ ଦରମା ବଢି ହେଲା ୯ ହଜାର ଟଙ୍କା
- ଗ୍ରୁପ-ବି ପଦବୀରେ ନିଯୁକ୍ତ ଠିକା କର୍ମଚାରୀଙ୍କୁ ମାସିକ ୧୬ ହଜାର ଟଙ୍କା ଦରମା ଦିଆଗଲା
- ଆନ୍ଦୋଳନ ପରେ ଗ୍ରୁପ-ସିିଙ୍କୁ ୧୨ ହଜାର ଓ ଗ୍ରୁପ-ବିଙ୍କୁ ୨୫ ହଜାର ଟଙ୍କା ଦରମା ଦିଆଯାଉଛି
- ସ୍ଥାୟୀ ନିଯୁକ୍ତି ପରେ ଗ୍ରୁପ-ସିିଙ୍କୁ ୨୫ରୁ ୩୦ ହଜାର ଓ ଗ୍ରୁପ-ବିଙ୍କୁ ୪୦ରୁ ୪୫ ହଜାର ମିଳିପାରେ

ରାଜ୍ୟ ସରକାରଙ୍କ ଏହି ନିଷ୍ପତି ୫୭ ହଜାର ଠିକା କର୍ମଚାରୀଙ୍କୁ ଖୁସି ଆଣିଦେଇଛି । ହେଲେ ଆପୋଏଂଟମେଂଟ୍ ରୁଲ୍ସ ୨୦୧୩ ଅନୁଯାୟୀ ସ୍ଥାୟୀ ନିଯୁକ୍ତି ସ୍ଥିର ହେଉଥିବାରୁ କେତେକ ଅସଙ୍ଗତି ଥିବା ଅଭିଯୋଗ ବି ହୋଇଛି । ସେହିପରି ସ୍ଥାୟୀ ନିଯୁକ୍ତିରୁ ବଞ୍ଚିତ ହେଉଥିବା କିଛି ଠିକା କର୍ମଚାରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।