ମଙ୍ଗଳ ମିଶନ ପରେ ଇସ୍ରୋ କରୁଛି ଆଉ ଏକ ବଡ ଯୋଜନା। ସୌରମଣ୍ଡଳର ସବୁଠୁ ବଡ ଗ୍ରହ ବୃହସ୍ପତିରେ ପହଞ୍ଚିବାକୁ କରୁଛି ପ୍ରସ୍ତୁତି

213

କନକ ବ୍ୟୁରୋ: ଇସ୍ରୋର ଆଗାମୀ ଯୋଜନା କଣ ଅଛି ଜାଣନ୍ତି କି । ମଙ୍ଗଳ ପରେ ଆଉ ଏକ ବଡ ଗ୍ରହରେ ପାଦ ରଖିବାକୁ ଯୋଜନା କରୁଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ । ମଙ୍ଗଳ ପରେ ସୌରମଣ୍ଡଳର ସବୁଠୁ ବଡ ଗ୍ରହ ବୃହସ୍ପତି ଅଭିଯାନ କରିବ ଇସ୍ରୋ । ୨୦୨୩ ମସିହାରେ ଏହି ଯୋଜନାକୁ ସଫଳ କରିବାକୁ ଏବେଠୁ କାମ ଆରମ୍ଭ କରିଛି ଇସ୍ରୋ ।

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର , ଇସ୍ରୋ ଏବେ ସୌରମଣ୍ଡଳର ଅଭିଯାନକୁ ଆଗକୁ ନେବାକୁ ଆରମ୍ଭ କରିଛି କାମ । ମଙ୍ଗଳ ମିଶନ ପରେ ଇସ୍ରୋ କରୁଛି ଆଉ ଏକ ବଡ ଯୋଜନା । ଏହି ଯୋଜନାରେ ସୌରମଣ୍ଡଳର ସବୁଠୁ ବଡ ଗ୍ରହ ବୃହସ୍ପତିରେ ପହଁଚିବାକୁ ଆରମ୍ଭ ହେଉଛି ପ୍ରସ୍ତୁତି । ଏନେଇ କାମ ଆରମ୍ଭ କରିଦେଲାଣି ଇସ୍ରୋ । ଏହି ବହୁ ପ୍ରତିକ୍ଷୀତ ମିଶନ ଆଗାମୀ ୨୦୨୩ ରେ ଆରମ୍ଭ ହେବାକୁ ଯାଉଛି । ଜୁନିୟର ସାଇଂଟିଷ୍ଟ ପ୍ରୋଗ୍ରାମରେ ସାମିଲ ହୋଇ ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ କେ ଶିବାନ୍ ।

ଆଗାମୀ ୧୦ ବର୍ଷ ମଧ୍ୟରେ ଇସ୍ରୋର ଆରମ୍ଭ କରିବ ୭ ଟି ବଡ ମିଶନ । ଯାହା ମଧ୍ୟରେ ଅଛି ମିଶନ ବୃହସ୍ପତି । ମଙ୍ଗଳ ମିଶନର ୬ ବର୍ଷ ପରେ ଏହି ମିଶନ ଆରମ୍ଭ କରିବାକୁ ଯାଉଛି ଇସ୍ରୋ । ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହେଲାଣି , କେବଳ ତାରିଖ ଓ ସମୟ ବାକି ରହିଛି । ପର୍ଯ୍ୟାୟ କ୍ରମେ ସୌରମଣ୍ଡଳର ବିଭିନ୍ନ ଗ୍ରହ ତଥା ସୌରମଣ୍ଡଳ ବାହାରେ ଗବେଷଣା ପାଇଁ ଇସ୍ରୋ ଏହି ସବୁ ମିଶନ ବ୍ୟବସ୍ଥା କରୁଛି ।

୨୦୨୦ରେ ଏକ୍ସପୋସାଟ୍
୨୦୨୧ରେ ଆଦିତ୍ୟ ଏଲ୍ ୧
୨୦୨୨ରେ ମଙ୍ଗଳ ମିଶନ ୨
୨୦୨୩ରେ ମିଶନ ବୃହସ୍ପତି
୨୦୨୪ରେ ଚନ୍ଦ୍ରାୟନ ୩
୨୦୨୮ରେ ଏକ୍ସୋୱାର୍ଲଡସ୍ ବା ସୌରମଣ୍ଡଳ ବାହାରେ ଗବେଷଣା

୨୦୨୦ ମସିହାରେ ଇସ୍ରୋ ମହାକାଶକୁ ପଠାଇବ ଏକ୍ସପୋସାଟ୍ ଉପଗ୍ରହ । ଏହା ଜରିଆରେ କସମିକ୍ ରାଡିଏସନ୍ କୁ ନେଇ ମହାକାଶରୁ ତଥ୍ୟ ସଂଗ୍ରହ କରିବ ଇସ୍ରୋ । ସେହିପରି ୨୦୨୧ରେ ମହାକାଶରେ ସୂର୍ଯ୍ୟକୁ ନେଇ ଅଧିକ ଗବେଷଣା କରିବ ଇସ୍ରୋ । ଏହି ମିଶନରେ ସୂର୍ଯ୍ୟକୁ ପଠାଯିବ ଆଦିତ୍ୟ ଏଲ୍ ୧ ସାଟେଲାଇଟ୍ । ୨୦୨୨ରେ ହେବ ମଙ୍ଗଳ ମିଶନ ୨ । ଏହା ପର ବର୍ଷ ଅର୍ଥାତ୍ ୨୦୨୩ରେ ଇସ୍ରୋ ଯିବ ମିଶନ ବୃହସ୍ପତିରେ । ୨୦୨୪ରେ ମିଶନ ଚନ୍ଦ୍ରାୟନ ୩ ରେ ଚନ୍ଦ୍ର ଉପରେ ଅଧିକ ଗବେଷଣା କରିବ ଇସ୍ରୋ । ଚନ୍ଦ୍ରାୟନ ୩ ପୂର୍ବରୁ ୨୦୨୩ ମସିହାରେ ସବୁଠାରୁ ବଡ ଗ୍ରହ ବୃହସ୍ପତି ଅଭିଯାନରେ ବାହାରିବ ଇସ୍ରୋ ।

ଗବେଷଣାରୁ ମିଳିଥିବା ତଥ୍ୟା ଆଧାରରେ ବୃହସ୍ପତିକୁ ପୃଥିବୀର ଯାଆଁଳା ଭଉଣୀ ବୋଲି କୁହାଯାଇଥାଏ । କାରଣ ପୃଥିବୀ ସହିତ ଏହାର ରହିଛି ଅନେକ ସାମଞ୍ଜସ୍ୟ । ଏହାର ଘନତ୍ୱ , ଆକାର, ଗଠନ ପ୍ରକ୍ରିୟା, ସାନ୍ଦ୍ରତା, ଆକର୍ଷଣ ବଳ ପୃଥିବୀ ପରି ସମାନ । ମିଶନ ବୃହସ୍ପତି ରେ ବୃହସ୍ପତି ଗ୍ରହର ଭୂପୃଷ୍ଠର ଆକାର ପ୍ରକାର, ଏହାର ଗଠନ ପ୍ରକ୍ରିୟା, ବାୟୁମଣ୍ଡଳର ରସାୟନିକ ଅବସ୍ଥା ଏବଂ ସୌରମଣ୍ଡଳର ପବନ ଓ ସୌର ବିକିରଣ ମାଡ ହେବା ପରେ ଏହାର କଣ ରହୁଛି ପ୍ରତିକ୍ରିୟା , ଏସବୁକୁ ନେଇ ଗବେଷଣା କରିବ ଇସ୍ରୋ । ଏହି ମେଗା ମିଶନ ପାଇଁ ଏବେ ଠାରୁ ସମୟ ସ୍ଥିର କରିସାରିଲାଣି ଇସ୍ରୋ । ୨୦୨୩ ମସିହାରେ ହେବ ଇସ୍ରୋର ମିଶନ ବୃହସ୍ପତି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ସତିଶ ଧାବନ ଉତକ୍ଷେପଣ କେନ୍ଦ୍ରରୁ ଏହାକୁ ଉତକ୍ଷେପଣ କରାଯିବ । ସେତେବେଳେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ୨୦ ଟି ଉପଗ୍ରହ ମଧ୍ୟ ମହାକାଶକୁ ପଠାଯିବ ।

ତେବେ ଚେନ୍ନାଇରେ ଆୟୋଜିତ ଯୁବିକା ୨୦୧୯ ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମରେ ଏହି ମିଶନ ଗୁଡିକୁ ନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ । ମୋଟ୍ ୭ଟି ମିଶନ ମଧ୍ୟରୁ ମାତ୍ର ୨ଟି ପୁରା ସ୍ଥିର ହୋଇସାରିଛି । ବାକି ମିଶନ ନେଇ ଇସ୍ରୋ ଖୁବଶୀଘ୍ର କାମ ଶେଷ କରିବା ନେଇ ଆଶା ରଖିଛି ।