ଘିକୁଆଁରିର ବ୍ୟବହାର ଶରୀର ପାଇଁ ପଡିପାରେ ମହଙ୍ଗା : ଏହାର ଅତ୍ୟଧିକ ବ୍ୟବହାର ଶରୀରରେ ଉପୁଜାଇପାରେ ଏସବୁ ସମସ୍ୟା

ଘିକୁଆଁରିର ବ୍ୟବହାର ଶରୀର ପାଇଁ ପଡିପାରେ ମହଙ୍ଗା : ଏହାର ଅତ୍ୟଧିକ ବ୍ୟବହାର ଶରୀରରେ ଉପୁଜାଇପାରେ ଏସବୁ ସମସ୍ୟା

source : Eat Drink Paleo

ଘିକୁଆଁରି ଗଛ ଆମର ବାଡ଼ି ବଗିଚାରେ ପ୍ରାୟତଃ ଦେଖିବାକୁ ମିଳିଥାଏ। ଆପଣ ଜାଣିଥିବେ ଏହା ଖୁବ୍ ଉପକାରୀ। ଏହା ଉପକାରୀ ସାଙ୍ଗକୁ କ୍ଷତିକାରକ ବି ସାବ୍ୟସ୍ତ ହୋଇପାରେ, ଯଦି ଆପଣ ଏହାର ସଠିକ୍ ପ୍ରୟୋଗ ପଦ୍ଧତି ବିଷୟରେ ନଜାଣିଛନ୍ତି । ଏହାର ଫାଇଦା ବିଷୟରେ ଜାଣି ଆପଣ ଏହାର ବହୁତ ବ୍ୟବହାର କରୁଥିବେ । ଏହା ସାଧାରଣତଃ ତ୍ୱଚାରେ ଲଗାଇବା ଠାରୁ ଆରମ୍ଭ କରି ଜୁସ୍ ଭାବେ ବ୍ୟବହାର କରାଯାଇଥାଏ ।

ଆମେ ଆପଣଙ୍କୁ ଏଲୋଭରାର ସେବନ ଫଳରେ କି ପ୍ରକାରର ସମସ୍ୟା ଉପୁଜାଇଥାଏ ସେହି ସବୁ ବିଷୟରେ ଜଣାଇବୁ।ତେବେ ଏନେଇ ଜାଣିବାକୁ ହେଲେ ଆପଣଙ୍କୁ ନିମ୍ନରେ ଦିଆଯାଇଥିବା ଟିପ୍ପଣୀ ଉପରେ ନଜର ପକାନ୍ତୁ

• ତ୍ୱଚାରେ ଖରାପ ପ୍ରଭାବ ପକାଇପାରେ ଏଲୋଭରାର ଅତ୍ୟଧିକ ପ୍ରୟୋଗ : ଏଲୋଭରା ବା ଘିକୁଆଁରି ଅନେକ ଲୋକଙ୍କ ପାଇଁ ବରଦାନ ସଦୃଶ ହୋଇଥିବାବେଳେ,ଏହାର ମାତ୍ରାଧିକ ପ୍ରୟୋଗ ଯୋଗୁଁ ବ୍ୟକ୍ତି ଠାରେ ତ୍ୱଚାଜନିତ ସମସ୍ୟା ଦେଖାଯାଇଥାଏ। ଯେପରିକି ତ୍ୱଚାରେ ଦାଗ ଜନିତ ସମସ୍ୟା,ତ୍ୱଚା କୁଣ୍ଡାଇ ହେବା ଏବଂ ତ୍ୱଚାର ରଙ୍ଗ ଲାଲ ଦିଶିବା ଭଳି ସମସ୍ୟା ଦେଖାଯାଇଥାଏ।

• ବ୍ଲଡ୍ ସୁଗାର ଜନିତ ସମସ୍ୟା ଦେଖାଦିଏ : ସାଧାରଣତଃ ଏଲୋଭରାର ପ୍ରତ୍ୟେକ ଦିନର ସେବନ ଯୋଗୁଁ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏହାର ସେବନ ଉପଯୁକ୍ତ ହୋଇଥିବାବେଳ, ନିମ୍ନ ରକ୍ତଚାପ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଏହାର ସେବନ ମହଙ୍ଗା ପଡ଼ିଥାଏ।

• ହୃଦୟ ସମ୍ବନ୍ଧିତ ସମସ୍ୟା ଉପୁଜାଏ ଏହାର ମାତ୍ରାଧିକ ସେବନ : ତେବେ ଯେଉଁ ଲୋକଙ୍କର ହୃଦୟ ସମ୍ବନ୍ଧିତ ସମସ୍ୟା ରହିଛି, ସେମାନେ ବି ଏହାର ସେବନଠୁଁ ଦୂରେଇ ରହନ୍ତୁ , କାରଣ ବ୍ୟକ୍ତି ଯଦି ଏହାକୁ ତାହାର ପ୍ରତ୍ୟେକ ଦିନର ସେବନରେ ସାମିଲ୍ କରେ ,ତେବେ ତାହାର ହୃଦୟ ଦୁର୍ବଳ ହୋଇଯାଏ।

• ଆଇବିଏସ୍(ଇରିଟେବଲ ବାର୍ବେଲ୍ ସିଣ୍ଡ୍ରୋମ୍) : ଏଥିସହିତ ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ଜନିତ ସମସ୍ୟା ରହିଛି ,ତେବେ ମଧ୍ୟ ଆପଣ ଏହାର ସେବନ ଠାରୁ ଦୂରେଇ ରୁହନ୍ତୁ। କାରଣ ଏଲୋଭରା ଜୁସ୍ରେ ଭରି ରହିଥିବା ଲ୍ୟାକ୍ସେଟିଭ୍ ଆପଣଙ୍କର ଇରିଟେବଲ ବାର୍ବେଲ୍ ସିଣ୍ଡ୍ରୋମ୍ ସମସ୍ୟା କୁ ଆହୁରି ବଢ଼ାଇଥାଏ।କେବଳ ଯେ ଏତିକି ତାହା ନୁହେଁ ବରଂ ଏନେଇ ଆପଣ ଡ଼ାଇରିଆ,ପେଟ ଦରଜ ଏବଂ ତରଳ ଝାଡା ଭଳି ସମସ୍ୟାରେ ବି ପଡ଼ିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe