କେମିତି ଅଛନ୍ତି ଅଜିତ୍, ଫୋନ୍ ଯୋଗେ ପଚାରିବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

559

କନକ ବ୍ୟୁରୋ: କେମିତି ଅଛନ୍ତି ଅଜିତ, ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କ’ଣ ଉନ୍ନତି ହୋଇଛି ଏସବୁ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । । ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପିପିଲିର କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ଅଜିତ ମଙ୍ଗରାଜ । ତେବେ ଅଜିତ ମଙ୍ଗରାଜଙ୍କ ଭାଇଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ପିପିଲି ପାଇଁ ନାମାଙ୍କନ ଭରିବା ପରେ ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ପିପିଲିରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଅଜିତ ମଙ୍ଗରାଜ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିଛନ୍ତି ।