ବଟେଶ୍ବର ବେଳାଭୂମିରେ ଲାଗିଲା ୩୦ ଫୁଟ ଲମ୍ବର ମୃତ ତିମି: ପୋଷ୍ଟମର୍ଟମ ପରେ ଜଣାପଡିବ ମୃତ୍ୟୁର କାରଣ

411

କନକ ବ୍ୟୁରୋ: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ବଟେଶ୍ବର ବେଳାଭୂମିରୁ ଏକ ମୃତ ତିମି ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଖଲିକୋଟ ବନ ବିଭାଗ ରେଞ୍ଜ ନିକଟରେ ଥିବା ବଟେଶ୍ବର ବେଳାଭୂମିରେ ପ୍ରାୟ ୩୦ ଫୁଟ ଲମ୍ବା ଏକ ମୃତ ତିମିକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଏସଂପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ।

ଖବରପାଇ ବଟେଶ୍ବର ବେଳାଭୂମିରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ ଏବଂ ସେଠାରୁ ଉକ୍ତ ମୃତ ତିମିକୁ ଉଦ୍ଧାର କରିଥିଲେ। ତେବେ କିପରିଭାବେ ଏହି ତିମିର ମୃତ୍ୟୁ ହୋଇଛି, ତାହା ଜଣାପଡ଼ିନାହିଁ। ଏବେ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ମୃତ ତିମିର ପୋଷ୍ଟମର୍ଟମ କରାଯିବ ବୋଲି ଜଣାଯାଇଛି। ଏହାପରେ ହୁଏତ ମୃତ ତିମିର ମୃତ୍ୟୁ ରହସ୍ୟ ଖୋଲିବ ବୋଲି କୁହାଯାଉଛି। ବନ ବିଭାଗ ପକ୍ଷରୁ ଏସଂପର୍କରେ ତଦନ୍ତ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.