ଡହ ଡହ ଖରାରେ ସିଝୁଛି ସାରା ଓଡିଶା...ସମସ୍ତ ରେକର୍ଡକୁ କାଟି ସୋନପୁର ପାଲଟିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର...ଆହୁରି ୫ ଦିନ କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ

Advertisment
ଡହ ଡହ ଖରାରେ ସିଝୁଛି ସାରା ଓଡିଶା...ସମସ୍ତ ରେକର୍ଡକୁ କାଟି ସୋନପୁର ପାଲଟିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର...ଆହୁରି ୫ ଦିନ କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ

କନକ ବ୍ୟୁରୋ: ଚଳିତ ବର୍ଷର ସବୁ ରେକର୍ଡକୁ କାଟି ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଗୁରୁବାରଠାରୁ ପ୍ରାୟ ଦେଢ଼ ଡିଗ୍ରି ବଢ଼ି ତାପମାତ୍ରା ୪୨.୨ ଡିଗ୍ରିରେ ପହଞ୍ଚିଛି। ରାଜ୍ୟରେ ଅଧିକାଂଶ ଅଞ୍ଚଳର ତାପମାତ୍ରା ଶୁକ୍ରବାର କମିଥିବା ବେଳେ ଅନୁଗୁଳ, ତାଳଚେର, ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ ଆଦି ଅଞ୍ଚଳର ତାପମାତ୍ରା ଗୁରୁବାର ଅପେକ୍ଷା ୧ରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବଢ଼ି ଶୁକ୍ରବାର ୪୧ ଡିଗ୍ରି ଅତିକ୍ରମ କରିଛି। କିନ୍ତୁ ଲଗାତାର ୪୦ ବା ୪୧ ଡିଗ୍ରି ପାଖାପାଖି ରହୁଥିବା ରାଜଧାନୀ ଭୁବନେଶ୍ବରର ତାପମାତ୍ରା  କମିଛି। କଟକ, ଭୁବନେଶ୍ବର ଆଦି ଅଞ୍ଚଳର ତାପମାତ୍ରା ଗୁରୁବାର ଅପେକ୍ଷା ପ୍ରାୟ ୨ ଡିଗ୍ରି। ତେବେ ଆସନ୍ତା ୪/୫ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। କିନ୍ତୁ ରାଜ୍ୟର ବାକି ସମସ୍ତ ଅଞ୍ଚଳରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବ। ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଣୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମୁଦ୍ର ଭିତରକୁ ନ ଯିବାକୁ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆ ଯାଇଛି। ଏଥିସହ ଆସନ୍ତାକାଲି ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ଗଜପତି ଆଦି ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଓ ଏହାର ପାଖାପାଖି ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବା ସହ କାଳବୈଶାଖୀ ବର୍ଷା ‌ହୋଇପାରେ। ଏହି ସମୟରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ରହିବ ବୋ‌ଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe