ପାରାକୁ ବଞ୍ଚାଇବାକୁ ପାଇଁ ୫ ମିନିଟ ଅଟକିଲା ଟ୍ରେନ୍ ! ଜାଣନ୍ତୁ କଣ ରହିଛି ପ୍ରକୃତ ଘଟଣା ।

ଭାରତୀୟ ରେଳବାଇ ଦ୍ୱାରା ମୁମ୍ବାଇର ଗୁରୁଗ୍ରାମରେ ଘଟିଥିବା ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

442

ଭାରତୀୟ ରେଳବାଇ ଦ୍ୱାରା ମୁମ୍ବାଇର ଗୁରୁଗ୍ରାମରେ ଘଟିଥିବା ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁଡ଼ିର ମାଞ୍ଝାରେ ଫସି ରହିଥିବା ପାରାକୁ ବଞ୍ଚାଇବା ପାଇଁ ପଶ୍ଚିମ ରେଳପଥ ଯେଉଁ ପଦକ୍ଷେପ ନେଇଥିଲା, ତାହାକୁ ନେଇ ଚାରିଆଡ଼େ ପ୍ରଶଂସା କରାଯାଉଛି ।

ସୂଚନା ମୁତାବକ, ବୁଧବାର ଗୁରୁଗ୍ରାମ ରେଳ ଷ୍ଟେସନରେ ସକାଳ ସମୟରେ ସବୁ ଲୋକ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବ୍ୟସ୍ତ ହେଉଥିବା ବେଳେ ଜଣେ ଯାତ୍ରୀ ଷ୍ଟେସନ ମାଷ୍ଟରଙ୍କୁ ମାଞ୍ଝାରେ ଫସି ରହିଥିବା ପାରାଙ୍କ କଥା ଆସି ଜଣାଇଥିଲେ । ପାରାଟି ଗୁଡ଼ିର ମାଞ୍ଝାରେ ଫସି ଯାଇଥିବା ଜଣାଇବା ପରେ ଷ୍ଟେସନ ମାଷ୍ଟର ଅଗ୍ନିଶମ ବିଭାଗ ଏବଂ ଅନ୍ୟ ଅଧିକାରୀଙ୍କୁ ଏ ଖବର ଦେଇଥିଲେ । ଯାହା ପରେ ଟ୍ରେନକୁ ୫ମିନିଟ୍ ଅଟକାଯିବା ସହ ପାଓ୍ଵାର ସପ୍ଲାଏ ବନ୍ଦ କରାଯାଇଥିଲା । ସକାଳ ୧୦:୨୮ରୁ ୧୦:୩୩ ପର‌୍ୟ୍ୟନ୍ତ ଟ୍ରେନକୁ ଅଟକା ଯାଇ ପାରାକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏ ଖବରଟି ପଶ୍ଚିମ ରେଳପଥର ଟୁଇଟର ଆକାଉଣ୍ଟରେ ଟୁଇଟ୍ କରାଯିବା ପରେ ଖବରଟି ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହା ପୂର୍ବରୁ ଜଣେ ମହିଳାଙ୍କର ହଠାତ୍ ଟ୍ରେନରେ ମାସିକ ଧର୍ମ ହୋଇ ପେଟରେ ଯନ୍ତ୍ରଣା ହେବାରୁ ଏ ନେଇ ଭାରତୀୟ ରେଳବାଇକୁ ଖବର ଦିଆ ଯାଇଥିଲା । ଯାହା ପରେ ପୀଡ଼ିତାଙ୍କୁ ଔଷଧ ଯୋଗାଇ ଦିଆ ଯାଇଥିଲା ।