ପଶ୍ଚିମ ଓଡ଼ିଶାର ପାରମ୍ପରିକ ମିଠା ସରସତିଆ । ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି ଏସଏଚଜି ମହିଳା

243

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ପାରମ୍ପାରିକ ମିଠା ସରସତିଆ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହି ମିଠା ପ୍ରସ୍ତୁତ କରାଯାଇ ଏବେ ବ୍ୟବସାୟ କରାଯାଉଛି । ଘରେ ଘରେ ଏହି ପାରମ୍ପରିକ ମିଠାକୁ ପହଞ୍ଚାଇବାର ଲକ୍ଷ୍ୟ ରଖିଛି ମିନାକ୍ଷୀ ଏସଏଚଜି । ଘର କାମ ସହ ଦୁଇ ପଇସା ରୋଜଗାର କରି ଲାଭବାନ ହେଉଥିବାରୁ ଖୁସି ପ୍ରକାଶ କରିଛନ୍ତି ସମ୍ବଲପୁରର ମହିଳା ।

ପଶ୍ଚିମ ଓଡ଼ିଶାର ପାରମ୍ପାରିକ ମିଠା ସରସତିଆ । ଏହାକୁ ପ୍ରସ୍ତୁତ କରି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଏବେ ରୋଜଗାରକ୍ଷମ ହୋଇପାରିଛନ୍ତି । ପୂର୍ବରୁ କିଛି ନିର୍ଦ୍ଧିଷ୍ଟ ପରିବାର ଏହାକୁ ତିଆରି କରି ବିକ୍ରି କରୁଥିବା ବେଳେ ଏବେ ସମ୍ବଲପୁରର ଏସଏଚଜି ମହିଳା ମାନେ ଏହାକୁ ବ୍ୟବସାୟର ରୁପ ଦେଇଛନ୍ତି । ମିନାକ୍ଷୀ ଏସଏଚଜି ଏହାକୁ ବ୍ରାଣ୍ଡ ହିସାବରେ ତିଆରି କରି ବିକ୍ରି କରୁଛି । ଫଳରେ ଏହାର ଲୋକପ୍ରିୟତା ବଢିବା ସହ ଜୀବିକାର ନୂଆ ମାଧ୍ୟମ ପାଲଟିଛି ।

ପ୍ରଥମେ ସରସତିଆକୁ ହୋଲସେଲିଂ ରେଟରେ ବିଭିନ୍ନ ଦୋକାନକୁ ଯୋଗାଉଥିଲେ । ଆଉ ଏବେ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇ ବ୍ୟବସାୟ ବଢାଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଦିନକୁ ପ୍ରାୟ ୨ ହଜାର ପିସ୍ ସରସତିଆ ମିଠା ପ୍ରସ୍ତୁତ କରି ଏହାକୁ ବିକ୍ରୟ ପାଇଁ ପଠାଉଛନ୍ତି । ସମ୍ବଲପୁର ସହରରେ ଏହି ମିଠାକୁ ଘରେ ଘରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛି ଏହି ଏସଏଚଜି ଗ୍ରୁପ୍ । ଜଙ୍ଗଲରୁ ମିଳୁଥିବା ଏକ ଗଛ ଡ଼ାଳରୁ ଲାଳ ସଂଗ୍ରହ କରି ଚାଉଳ ଚୁନାରେ ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ । ଖାଇବାକୁ ଏହା ବହୁତ ସ୍ୱାଦିଷ୍ଟ ହୋଇଥିବା ଲୋକଙ୍କ ପାଖରେ ଏହା ବେଶ ଆଦୃତି ଲାଭ କରିଛି ।