ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ହଙ୍ଗାମା ଜାରି : ଟ୍ରମ୍ପ ସମର୍ଥକଙ୍କ କ୍ୟାପିଟାଲ ବିଲଡିଂରେ ହିଂସା, ପୁଲିସ ସହ ମୁହାଁମୁହିଁ; ଜଣେ ମୃତ, ଅନେକ ଆହତ

98

କନକ ବ୍ୟୁରୋ : ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟକୁ ମାନିବାକୁ ରାଜି ନୁହନ୍ତି ଟ୍ରମ୍ପ ସମର୍ଥକ । ଆମେରିକା କଂଗ୍ରେସରେ ଇକେଟରାଲ କଲେଜ ପାଇଁ ବୈଠକ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ୱାଂଶିଟନର କ୍ୟାପିଟାଲ ବିଲ୍ଡିଂରେ ହଙ୍ଗାମା କରିଛନ୍ତି । ହଙ୍ଗାମା ଓ ହିଂସା ଯୋଗୁଁ ଯୋଗୁଁ ୱାଂଶିଟନ ଡିସିରେ ସ୍ଥିତି ବିଗିଡି ଯାଇଛି । ସେଠାରେ କର୍ଫ୍ୟୁ ଜାରି କରାଯାଇଛି । ହଙ୍ଗାମା ସମୟରେ ଟ୍ରମ୍ପ ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି ।

ଟ୍ରମ୍ପ ସମର୍ଥକଙ୍କୁ ରୋକିବା ପାଇଁ ପୁଲିସକୁ ଗୁଳି ଚଳାଇବାକୁ ପଡିଥିଲା । ଏଥିରେ ଅନେକ ଆହତ ହୋଇଛନ୍ତି । ଗୁଳିରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ଆମେରିକା କଂଗ୍ରେସରେ ଇଲେକ୍ଟରାଲ କଲେଜକୁ ନେଇ ବିତର୍କ ଚାଲିଥିବାବେଳେ ତାତିଛନ୍ତି ଟ୍ରମ୍ପଙ୍କ ସମର୍ଥକ । ବୈଠକରେ ଜୋ ବାଇଡେନଙ୍କ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବାର ଥିଲା । ଏଭଳି ହିଂସାକୁ ଆମେରିକାରେ ଦୃଢ ନିନ୍ଦା କରାଯାଇଛି । ଆମେରିକାରେ ଏହି ବଡ ହିଂସା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଂଉଟକୁ ୧୨ ଘଂଟା ପାଇଁ ବ୍ଲକ କରିଦିଆଯାଇଥିଲା ।

ଘଟଣା ପରେ ଟ୍ରମ୍ପ ନିଜ ସମର୍ଥକୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ଆକଳନ କରାଯାଉଛି , ଏହି ଘଟଣା ପରେ ଟ୍ରମ୍ପକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇପାରେ । ୨୫ ତମ ସମ୍ବିଧାନ ସଂଶୋଧନ ଜରିଆରେ ଟ୍ରମ୍ପକୁ ହଟାଯାଇପାରେ । ଆମେରିକାର ୩ଶହ ବର୍ଷ ଇତିହାସରେ ଏଭଳି ଘଟଣା କେବେ ଘଟିନଥିଲା । ପରାଜିତ ହୋଇଥିବା ଜଣେ ରାଷ୍ଟ୍ରପତି ନିଜ ପରାଜୟକୁ ସ୍ୱୀକାର ନ କରିବା ଓ ସମର୍ଥକ ହଙ୍ଗାମା କରିବା ପ୍ରଥମ ବୋଲି କୁହାଯାଉଛି ।