ଆଳୁ ଅଟକାଇଲେ ମମତା, ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁନି ଆଳୁ । ଲକ୍ଷ୍ମଣନାଥ ଟୋଲ ଗେଟ ରେ ଅଟକିଛି ଶହ ଶହ ଆଳୁ ଟ୍ରକ୍

Advertisment
ଆଳୁ ଅଟକାଇଲେ ମମତା, ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁନି ଆଳୁ । ଲକ୍ଷ୍ମଣନାଥ ଟୋଲ ଗେଟ ରେ ଅଟକିଛି ଶହ ଶହ ଆଳୁ ଟ୍ରକ୍

କନକବ୍ୟୁରୋ: ଆଳୁ ଅଟକାଇଲେ ମମତା। ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁନି ଆଳୁ। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ। ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍‌ ନିକଟରେ ଅଟକି ରହିଛି ଶହ ଶହ ଆଳୁ ଟ୍ରକ । ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ମିଳିନାହିଁ। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଟ୍ରକକୁ ଜଗି ରହିଛନ୍ତି ପୋଲିସ । କୌଣସି ଟ୍ରକକୁ ଓଡ଼ିଶା ସୀମାରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ। ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି।

ବର୍ତ୍ତମାନ ରାଜଧାନୀରେ ଆଳୁ ଦର ୫୦ ଟଙ୍କା ରହଥିବା ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ଏବେ ଠୁ ଆଳୁ କିଣିବା ପାଇଁ ଲୋକେ ଭିଡ଼ ଜମାଇଲେଣି। ଆଳୁ ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ହୋଥିବାରୁ ଏହାର ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି।

ସେପଟେ ଆଳୁ ଗୋଦାମରେ ପହଞ୍ଚି ସ୍ଥିତି ପରଖିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଗାମୀ ୭ ଦିନ ଯାଏ ମହଜୁଦ ରହିଛି ଆଳୁ। ତେଣୁ ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକ୍ରି କଲେ ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ। ପଶ୍ଚିମବଙ୍ଗରୁ ଆଳୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି ସରକାର। ପଶ୍ଚିମବଙ୍ଗରୁ ଆଳୁ ଆସି ନପାରିଲେ ଉତ୍ତରପ୍ରଦେଶରୁ ଆମଦାନୀ ପାଇଁ ଯୋଗାଯୋଗ କରାଯାଉଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe