ଆଜି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ମୋଦିଙ୍କ ମହାବେଶ । ମିଥୁନ ଚକ୍ରବର୍ତିଙ୍କ ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ଜୋର

276

ଜୋରଦାର ହେବାକୁ ଯାଉଛି ପଶ୍ଚିମବଙ୍ଗ ନିର୍ବାଚନ ରାଲି । ନିଜ ଆଶନ ବଞ୍ଚାଇବା ପାଇଁ ମମତା ଦିଦି ଭରପୁର ପ୍ରୟାସ କରୁଥିବା ବେଳେ, ଗଡ ହାତେଇବାକୁ ବିଜେପି ରଣନୀତି ନିର୍ବାଚନ ରାଲିକୁ ଜୋରଦାର କରିଛି । ଆଜି ପ୍ରଚାରରେ ବଲିଉଡ୍ ସୁପରଷ୍ଟାର ମିଥୁନ୍ ଚକ୍ରବର୍ତ୍ତି ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି

ବିଜେପିର ମିଶନ ପଶ୍ଚିମ ବଙ୍ଗ । ଆଜି କୋଲକାତାରେ ମୋଦି କରିବେ ବିଶାଳ ସମାବେଶ । କୋଲକାତାର ବ୍ରିଗେଡ ଗ୍ରାଉଣ୍ଡରେ ଏହି ସମାବେଶରେ ବିଜେପି ପାଇଁ ଶଙ୍ଖନାଦ କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଏହି ରାଲି ଜରିଆରେ ମମତା ବାନାର୍ଜୀଙ୍କ ବିରୋଧରେ, ବିଜେପି ରଣହୁଙ୍କାର ଦେବ । ମୋଦିଙ୍କ ରାଲିରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ନେଇ କୁହାଯାଉଛି । ସେପଟେ ମୋଦିଙ୍କ ଏହି ରାଲି ଆଗରୁ ବଳ ଗୋଟାଉଛି ବିଜେପି । ଟିଏମସିର ପୂର୍ବତନ ମନ୍ତ୍ରୀ ଦିନେଶ ଶର୍ମା ବିଜେପିରେ ଯୋଗ ଦେଇଛନ୍ତି । ଆଜି ମୋଦିଙ୍କ ଉପସ୍ଥିତିରେ ବଲିଉଡ୍ ଆକ୍ଟର ମିଥୁନ ଚକ୍ରବର୍ତି, ବିଜେପିରେ ସାମିଲ ହେବା ନେଇ ଚର୍ଚା ହେଉଛି । ଏସବୁ ଭିତରେ ଗତକାଲି ରାତିରେ ମିଥୁନ୍ ଚକ୍ରବର୍ତିଙ୍କ ସହିତ ବିଜେପି ନେତା କୈଳାସ ବିଜୟ ବର୍ଗୀୟ ସାକ୍ଷାତ କରିଥିବା ସୂଚନା ମିଳିଛି । ଏହି ସାକ୍ଷାତ ସମୟରେ ଆଜି ମୋଦିଙ୍କ ସମାବେଶ ମଂଚରେ ମିଥୁନ୍ ଚକ୍ରବର୍ତି ଉପସ୍ଥିତ ରହିବା ନେଇ ଆଲୋଚନା ହୋଇଛି । ତେବେ ଚଳିତ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ମିଥୁନ୍ ପ୍ରଚାର କରିବେ ବୋଲି ଜଣାପଡିଛି । ଆଜି ମୋଦିଙ୍କ ମଂଚରେ ମିଥୁନ୍ ସମବେତ ଜନତାଙ୍କୁ ସଂବୋଧନ କରିବା କାର୍ଯ୍ୟକ୍ରମ ରହିଛି ।