ଆଳୁ ସଙ୍କଟରେ ଲାଗୁନି ବ୍ରେକ ; ସୁନାକଣିଆ ଚେକପୋଷ୍ଟ ନିକଟ ସୀମାରେ ଆଳୁଗାଡ଼ି ଜଗିଛି ଦିଦିଙ୍କ ପୋଲିସ

ଆଳୁ ସଙ୍କଟରେ ଲାଗୁନି ବ୍ରେକ ; ସୁନାକଣିଆ ଚେକପୋଷ୍ଟ ନିକଟ ସୀମାରେ ଆଳୁଗାଡ଼ି ଜଗିଛି ଦିଦିଙ୍କ ପୋଲିସ

କନକ ବ୍ୟୁରୋ: ଆଳୁ ଟ୍ରକ୍ ଜଗିଛି ଦିଦିଙ୍କ ପୋଲିସ। ସୀମାରେ ଅଟକି ରହିଛି ଶହ ଶହ ଆଳୁ ଗାଡ଼ି। ଆଉ ଏହି ଆଳୁ ଟ୍ରକକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୋଲିସ। ଯେମିତି ଗୋଟିଏ ବି ଆଳୁ ଗାଡ଼ି ଓଡ଼ିଶା ସୀମା ଭିତରକୁ ପ୍ରବେଶ ନକରେ ସେଥିପାଇଁ କଡ଼ା ନଜର ରଖିଛନ୍ତି। ଦାନ୍ତୋନ ଟୋଲ୍ ଗେଟ୍ ଠାରୁ ୧୫ କିଲୋମିଟର ଦୂର ବ୍ରାହ୍ମଣ ପୋଖରୀ ନିକଟରେ ଶହ ଶହ ଆଳୁଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି। ସରକାରଙ୍କ ଅନୁମତି ମିଳିଲେ ଓଡ଼ିଶା ସୀମାକୁ ପ୍ରବେଶ କରିବେ।

ଆଳୁ ପାଇଁ ଦୁଇ ରାଜ୍ୟ ମଧ୍ୟରେ କିଛି ଦିନ ହେବ ଦ୍ୱନ୍ଦ ଲାଗି ରହିଛି। ଓଡ଼ିଶାକୁ ଆସୁଥିବା ୮ ଶହରୁ ଅଧିକ ଆଳୁ ଗାଡ଼ି ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ସୁନା କଣିଆ ଚେକ ପୋଷ୍ଟ ନିକଟରୁ ପଶ୍ଚିମବଙ୍ଗ ସରକାର ଫେରାଇ ନେବା ପରେ ଓଡ଼ିଶାରେ ଆଳୁ ଦର ଅହେତୁକ ବୃଦ୍ଧି ପାଇଛି। ଓଡ଼ିଶାରେ ଆଳୁ ଦର ବର୍ତ୍ତମାନ ୫୦ ଉପରେ ରହିଛି। ହେଲେ ସୀମା ପାରେ ହେଲେ ଅଧା ଦରରେ ମିଳୁଛି। ଆଳୁ ପ୍ରସଙ୍ଗରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଆଲୋଚନା କରି ସମାଧାନ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିବାଦର ସମାଧାନ ହୋଇପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe