କନକ ବ୍ୟୁରୋ : ଆଗାମୀ ଦିନରେ ଦୁଇ ଭାଗ ହୋଇଯିବ କି ପଶ୍ଚିମବଙ୍ଗ ? ରାଜ୍ୟରୁ ଅଲଗା ହୋଇ ଉତ୍ତରବଙ୍ଗ ହେବ କି ସ୍ବତନ୍ତ୍ର ରାଜ୍ୟ? ୯ଜିଲ୍ଲାକୁ ନେଇ ଗଠନ ହେବ କି ନୂଆ ରାଜ୍ୟ? ମମତା ବାର୍ନାଜୀଙ୍କ ଗଡ ପଶ୍ଚିମବଙ୍ଗକୁ ନେଇ ଏବେ ଏଭଳି ଆଶଙ୍କା ଉପୁଜିଛି କାରଣ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ପ୍ରଦେଶ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜମୁଦାର ଆଉ ନିଜ ଏଭଳି କିଛି ପ୍ରସ୍ତାବ ଦେଇଛନ୍ତି

ଏବେ ଜାଣିବା ହଠାତ କାହିଁକି ବିଜେପି ଏଭଳି ଦାବି କରୁଛି । ଦାବିରେ କିଛି ମଜଭୁତ ଦିଗ ରହିଛି ନା ଏହା କେବଳ ଏକ ରାଜନୈତିକ ରଣନୀତି?
ବିଜେପିର ମିଶନ ‘ଉତ୍ତରବଙ୍ଗ’
-ସାରା ପଶ୍ଚିମବଙ୍ଗରେ ରହିଛି ମମତା ବାର୍ନାଜୀଙ୍କ ଦବଦବା
-ବିଜେପିର ଅଭିଯୋଗ, ଅନ୍ୟଭାଗ ତୁଳନାରେ ଉତ୍ତରବଙ୍ଗର ଉନ୍ନତି,ବିକାଶ କରିପାରୁନି
-ପର୍ୟ୍ୟଟନ କ୍ଷେତ୍ରରେ ପଛରେ ପଡିଛି, ମିଳୁନି ସୁବିଧା, ଅଧିକାର
-୯ଜିଲ୍ଲାକୁ ନେଇ ଉତ୍ତରବଙ୍ଗକୁ ସ୍ବତନ୍ତ୍ର ରାଜ୍ୟ କରାଯାଉ

ଯଦି ନଜର ପକାଇବା ଉତ୍ତରବଙ୍ଗରେ ବିଜେପିର ସ୍ଥିତି ଉପରେ ତେବେଟ୍ଟ.
-ଉତ୍ତରବଙ୍ଗରେ ଦଳର ମଜଭୁତ ସ୍ଥିତି ରହିଛି
-ଦାଜିଲିଂ,ଜଲପାଇଗୁଡି, କୁଚ୍ଚବିହାର, ମାଳଦା, ଉତ୍ତର ଦିନାପୁର, ଦକ୍ଷିଣ ଦିନାଜପୁର, ଅଲ୍ଲୀପୁରଦ୍ବାରା, କାଲିମପଙ୍ଗ ୯ ଜିଲ୍ଲା ରହିଛି
-୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଉତ୍ତରବଙ୍ଗର ୮ଆସନ ଜିତିଛି
-୨୦୨୧ ବିଧାନସଭା ନିର୍ବାଚନରେ ୫୪ ଲୋକସଭା ଆସନରୁ ବିଜେପି ୩୦ ଆସନରେ ଜିତିଥିଲା
ସେଥିମଧ୍ୟରୁ ୮ଟି ଆସନ ଉତ୍ତରବଙ୍ଗର ଥିଲା

ସେପଟେ ବିଜେପିର ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରିନି ଟିଏମସି । ଦଳକୁ ଅଲଗାବାଦୀ କହିଛି ତୃଣମୁଳ କଂଗ୍ରେସ । ରାଜନୈତିକ ଫାଇଦା ପାଇଁ ପଶ୍ଚିମବଙ୍ଗକୁ ଭାଗ ଭାଗ କରିବାକୁ ଷଡଯନ୍ତ୍ର ବିଜେପି କରୁଥିବା ଟିଏମସି ଅଭିଯୋଗ କରିଛି

ବିଜେପି ଯେତେ ଚେଷ୍ଟା କଲେ ବି ଦିଦିଙ୍କ ଗଡ଼ରେ ପଶିପାରୁନି । ସେ ବିଧାନସଭା ନିର୍ବାଚନ ହେଉ ଅଥବା ପଂଚାୟତ ଲଢ଼େଇ । ଏପରିକି ଲୋକସଭା ନିର୍ବାଚନରେ ମମତାଙ୍କୁ ଟକ୍କର ଦେଇପାରିଲାନି ମୋଦୀ ଟିମ । ତେଣୁ ଚର୍ଚ୍ଚା ହେଉଛି ଯଦି ଉତ୍ତରବଙ୍ଗକୁ ନେଇ ସ୍ବତନ୍ତ୍ର ରାଜ୍ୟ ଗଠନ କରାଯିବ ଓ ପୂର୍ବୋତର ରାଜ୍ୟରେ ସାମିଲ କରାହେବ ତେବେ ଏହାର ବଡ ଲାଭ ସିଧାସଳଖ ବିଜେପିକୁ ମିଳିବ ।