ବଳପୂର୍ବକ ବାହାଘର କାର୍ଯ୍ୟକ୍ରମ ଅଧାରେ ଅଟାକାଇବା ପଡିଲା ମହଙ୍ଗା । ନିଲମ୍ବିତ ହେଲେ ଜିଲ୍ଲାପାଳ ଶୈଳଶ ଯାଦବ

1,062

କନକ ବ୍ୟୁରୋ: ବଳପୂର୍ବକ ବାହାଘର କାର୍ଯ୍ୟକ୍ରମ ଅଧାରରେ ଅଟାକାଇବା ଏବେ ତ୍ରିପୁରା ପଶ୍ଚିମ ଜିଲ୍ଲାପାଳଙ୍କୁ ମହଙ୍ଗା ପଡିଛି । ଜିଲ୍ଲାପାଳ ଶୈଳଶ ଯାଦବଙ୍କୁ ନିଲମ୍ବିତ କରାଯାଇଛି । ଏପ୍ରିଲ ୨୬ ତାରିଖରେ ତ୍ରିପୁରାର ରାଜଧାନୀ ଅଗରତାଲାରେ ଏକ ବିବାହ କାର୍ଯ୍ୟକ୍ରମରେ ହଠାତ ପହଁଚିଥିଲେ ଜିଲ୍ଲପାଳ । ଫିଲ୍ମର ଦୃଶ୍ୟରେ ଯେଉଁଭଳି କୌଣସି ଖଳନାୟକ ଅଚାନକ ପଶି ଆସି ସମସ୍ତଙ୍କୁ ଭୟଭୀତ କରିଥାଏ ଠିକ୍ ସେହିପରି ବଡ ପାଟି କରି ସମସ୍ତଙ୍କୁ ଡରାଇଥିଲେ ଜିଲ୍ଲାପାଳ । କେବଳ ପାଟି କରି ନଥିଲେ ବୟସ୍କ ପୂରୋହିତଙ୍କୁ ମାଡ ମଧ୍ୟ ମାରିବାକୁ ପଛାଇ ନେଇଥିଲେ ଏହି ବାବୁ ।

ଏଥିସହ ବର-କନ୍ୟା ବସିଥିବା ସ୍ଥାନକୁ ଯାଇ ସେମାନଙ୍କୁ ଡରାଇଥିଲେ । ବିବାହ ଭୋଜିରେ ଯୋଗ ଦେଇଥିବା ବୟସ୍କ, ମହିଳା ପିଲା କେହି ବି ଜିଲ୍ଳାପାଳଙ୍କ କ୍ରୋଧରୁ ଛାଡ ପାଇନଥିଲେ । ଶେଷରେ ପୋଲିସକୁ ଲଗାଇ ସମସ୍ତଙ୍କୁ ମଣ୍ଡପରୁ ତଡି ଦେଇଥିଲେ ଏହି ଭାରତୀୟ ପ୍ରଶାସନିକ ଅଧିକାରୀ । ସେହି ସ୍ଥାନରୁ ସ୍ଥାନୀୟ ଥାନା ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।

ଜିଲ୍ଲା ପାଳଙ୍କ ଏଭଳି କାର୍ଯ୍ୟକୁ ଚାରିଆଡୁ ନିନ୍ଦା କରାଯିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଖୋଦ ଶାସକ ଦଳର ୫ ବିଧାୟକ । ଜିଲ୍ଲାପାଳ ତାଙ୍କ କ୍ଷମତାର ଦୂରୂପ ଯୋଗ କରି ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ ଆତଙ୍କ ସୃଷ୍ଟି କରିଥିବା ଅଭିଯୋଗ କରି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ।