ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ବରାବର ସ୍ଥିତିକୁ ଆଣିଲା ୱେଷ୍ଟଇଣ୍ଡିଜ୍ । ପ୍ରଥମେ ବ୍ୟାଟିଂ କରି ୧୮୧ ରନରେ ଟିମ୍ ଇଣ୍ଡିଆ ଅଲଆଉଟ୍

ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ବରାବର ସ୍ଥିତିକୁ ଆଣିଲା ୱେଷ୍ଟଇଣ୍ଡିଜ୍ । ପ୍ରଥମେ ବ୍ୟାଟିଂ କରି ୧୮୧ ରନରେ ଟିମ୍ ଇଣ୍ଡିଆ ଅଲଆଉଟ୍

କନକ ବ୍ୟୁରୋ : ଦ୍ୱିତୀୟ ଦିନିକିଆ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିବାରେ ସଫଳ ହୋଇଛି ୱେଷ୍ଟଇଣ୍ଡିଜ୍ ଟିମ୍ । ଟସ୍ ଜିତିଥିଲେ କାରବୀୟ ଦଳର ଅଧିନାୟକ ସାଇ ହୋପ୍ । ଏହାପରେ ସେ ପ୍ରଥମେ ବୋଲିଂର ନିଷ୍ପତି ନେଇଥିଲେ । ଭାରତର ଦୁଇ ଓପନର ଇଶାନ କିଶାନ ଓ ଶୁଭମନ ଗିଲ୍ ଚମକ୍ରାର ବ୍ୟାଟିଂ କରି ପ୍ରଥମ ୱିକେଟରେ ୯୦ ରନ୍ କରିପାରିଥିଲେ । ହେଲେ ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଚାଲିଥିଲା । ଫଳରେ ଭାରତୀୟ ଦଳ ୪୦ ଦଶମିକ ୫ ଓଭରରେ ୧୮୧ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଟିମ ଇଣ୍ଡିଆ ପକ୍ଷରୁ ଇଶାନ କିଶାନ ୫୫, ଶୁଭମନ ଗିଲ ୩୪ ରନ୍ ଓ ସର୍ଯ୍ୟକୁମାର ଯାଦବ ୨୪ ରନ୍ କରିଥିଲେ । ଜବାବରେ ୱେଷ୍ଟଇଣ୍ଡିଜ୍ ମାତ୍ର ୪ଟି ୱିକେଟ ହରାଇ ସହଜରେ ୧୮୨ ରନ୍ କରିନେଇଥିଲା । ଦଳ ପକ୍ଷରୁ ସାଇ ହୋପ୍ ୬୩ ରନ୍ ଓ କିଆସି କାର୍ଟି ୪୮ ରନ୍ କରି ଅପରାଜିତ ରହିଥିଲେ । ଏହି ବିଜୟ ସହ ୩ ଟିକିଆ ଦିନିକିଆ ସରିଜ୍ ୧-୧ ସ୍ଥିତିରେ ପହଂଚିଯାଇଛି । ପ୍ରଥମ ମ୍ୟାଚ୍ ଭାରତ ଜିତିନେଇଥିଲା । ଏବେ ତୃତୀୟ ଦିନିକିଆ ଯିଏ ଜିତିବ, ସେ ହିଁ ସିରିଜ୍ ହାତେଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe