କନକ ବ୍ୟୁରୋ : ଦ୍ୱିତୀୟ ଦିନିକିଆ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିବାରେ ସଫଳ ହୋଇଛି ୱେଷ୍ଟଇଣ୍ଡିଜ୍ ଟିମ୍ । ଟସ୍ ଜିତିଥିଲେ କାରବୀୟ ଦଳର ଅଧିନାୟକ ସାଇ ହୋପ୍ । ଏହାପରେ ସେ ପ୍ରଥମେ ବୋଲିଂର ନିଷ୍ପତି ନେଇଥିଲେ । ଭାରତର ଦୁଇ ଓପନର ଇଶାନ କିଶାନ ଓ ଶୁଭମନ ଗିଲ୍ ଚମକ୍ରାର ବ୍ୟାଟିଂ କରି ପ୍ରଥମ ୱିକେଟରେ ୯୦ ରନ୍ କରିପାରିଥିଲେ । ହେଲେ ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଚାଲିଥିଲା । ଫଳରେ ଭାରତୀୟ ଦଳ ୪୦ ଦଶମିକ ୫ ଓଭରରେ ୧୮୧ ରନରେ ଅଲଆଉଟ୍ ହୋଇଯାଇଥିଲା ।

Advertisment

ଟିମ ଇଣ୍ଡିଆ ପକ୍ଷରୁ ଇଶାନ କିଶାନ ୫୫, ଶୁଭମନ ଗିଲ ୩୪ ରନ୍ ଓ ସର୍ଯ୍ୟକୁମାର ଯାଦବ ୨୪ ରନ୍ କରିଥିଲେ । ଜବାବରେ ୱେଷ୍ଟଇଣ୍ଡିଜ୍ ମାତ୍ର ୪ଟି ୱିକେଟ ହରାଇ ସହଜରେ ୧୮୨ ରନ୍ କରିନେଇଥିଲା । ଦଳ ପକ୍ଷରୁ ସାଇ ହୋପ୍ ୬୩ ରନ୍ ଓ କିଆସି କାର୍ଟି ୪୮ ରନ୍ କରି ଅପରାଜିତ ରହିଥିଲେ । ଏହି ବିଜୟ ସହ ୩ ଟିକିଆ ଦିନିକିଆ ସରିଜ୍ ୧-୧ ସ୍ଥିତିରେ ପହଂଚିଯାଇଛି । ପ୍ରଥମ ମ୍ୟାଚ୍ ଭାରତ ଜିତିନେଇଥିଲା । ଏବେ ତୃତୀୟ ଦିନିକିଆ ଯିଏ ଜିତିବ, ସେ ହିଁ ସିରିଜ୍ ହାତେଇବ ।