ଦ୍ୱିତୀୟ ଟି-୨୦ରେ ବିରାଟ ବାହିନୀର ପରାଜୟ । ୮ ୱିକେଟରେ ଜିତିଲା ୱେଷ୍ଟଇଣ୍ଡିଜ ।

232

କନକ ବ୍ୟୁରୋ : ଦ୍ୱିତୀୟ ଟି-୨୦ରେ ୮ ୱିକେଟରେ ଜିତିଲା ୱେଷ୍ଟଇଣ୍ଡିଜ । ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଟାଡିଅମରେ ଆଜି ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବାଜି ମାରିଛି ଇଣ୍ଡିଜ ଦଳ । ଫଳରେ ସିରିଜ୍ ୧-୧ରେ ବରାବର ରହିଥିବା ବେଳେ ଅନ୍ତିମ ଟି-୨୦ ଉଭୟ ଦଳ ପାଇଁ ହେବ ନିର୍ଣ୍ଣାୟକ ।

ଆଜିର ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୦ ରନ୍ କରିବାରେ ସକ୍ଷମ ହୋଇଥିଲା । ୧୭୧ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ ମାତ୍ର ୨ଟି ଓି୍ୱକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା ।