ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ : ଭାରତ ପାଇଁ ‘କର ବା ମର’; ଟିମକୁ ଫେରିପାରନ୍ତି ରୋହିତ୍ ଓ କୋହଲି

360

କନକ ବ୍ୟୁରୋ : ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଆଜି ଶେଷ ମ୍ୟାଚ୍ । ସିରିଜ୍ ୧-୧ରେ ବରାବର ଥିବାରୁ ଭାରତ ପାଇଁ ଏହା ‘କର ବା ମର’ ମ୍ୟାଚ୍ ହେବ । ପ୍ରଥମ ମ୍ୟାଚକୁ ଭାରତ ଓ ଦ୍ୱିତୀୟ ମ୍ୟାଚକୁ ଘରୋଇ ଦଳ ଜିତି ନେଇଥିଲା । ଦ୍ୱିତୀୟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିନା ମଇଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଟିମର ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଯାହା ଭାରତର ବିଶ୍ୱକପ୍ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଛି ।

ଏପରି ସ୍ଥିତିରେ ଶେଷ ମ୍ୟାଚରେ ଟିମକୁ ଫେରିପାରନ୍ତି ରୋହିତ ଓ ବିରାଟ ଖେଳିପାରନ୍ତି । ଭାରତର ବ୍ୟାଟିଂ କ୍ରମରେ ଈଶାନ୍ କିଶନଙ୍କୁ ଛାଡ଼ିଦେଲେ ବାକି ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି । ବୋଲିଂରେ ଚାଇନାମ୍ୟାନ୍ କୁଲଦୀପ ଯାଦବ ଭଲ ବୋଲିଂ କରିଛନ୍ତି । ଅନ୍ୟପଟେ ୱେଷ୍ଟଇଣ୍ଡିଜର ବୋଲିଂ ଆଟାକ୍ ଭାରତ ତୁଳନାରେ ମଜଭୁତ ଲାଗୁଛି । ଯଦିଓ ପ୍ରଥମ ମ୍ୟାଚରେ ଦଳର ବ୍ୟାଟିଂକ୍ରମ ଭୁଶୁଡ଼ି ପଡ଼ିଥିଲା, କିନ୍ତୁ ଦ୍ୱିତୀୟ ମୁକାବିଲାରେ ଅଧିନାୟକ ଶାଇ ହୋପଙ୍କ ଦମରେ ବିଜୟ ହାସଲ କରିଥିଲା । ଶେଷ ମ୍ୟାଚ୍ ଜିତି ୱେଷ୍ଟଇଣ୍ଡିଜ୍ ୧୭ ବର୍ଷର ରେକର୍ଡ ଭାଙ୍ଗିବାକୁ ପ୍ରୟାସ କରିବ ।

ଭାରତୀୟ ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଋତୁରାଜ ଗାଏକ୍ବାଡ/ସୂର୍ଯ୍ୟକୁମ‌ାର ଯାଦବ, ଈଶାନ କିଶନ/ସଂଜୁ ସାମସନ, ବିରାଟ ‌କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, ଜୟଦେବ ଉନାଦକଟ, ମୁକେଶ କୁମାର, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ।

ୱେଷ୍ଟଇଣ୍ଡିଜ୍‌ ସମ୍ଭାବ୍ୟ ଏକାଦଶ : ସାଇ ହୋପ (ଅଧିନାୟକ), ରୋଭମନ ପାୱେଲ, ଆଲିକ ଅଥାନାଜ, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ସିମ୍ରନ ହେଟମାୟର, ରୋମାରିଓ ସେଫର୍ଡ, ୟାନିକ କାରିଆ, ଅଲ୍‌ଜାରି ଯୋଶେଫ, ଗୁଡ଼କେଶ ମୋତି, ଜୟଦେନ ସିଲ୍ସ।