ପୁଣି ଭାରତକୁ ହରାଇଲା ୱେଷ୍ଟଇଣ୍ଡିଜ୍ : ରୋମାଂଚକର ମ୍ୟାଚରେ ୨ ୱିକେଟ ଜିତିଲା ଘରୋଇ ଦଳ

ପୁଣି ଭାରତକୁ ହରାଇଲା ୱେଷ୍ଟଇଣ୍ଡିଜ୍ : ରୋମାଂଚକର ମ୍ୟାଚରେ ୨ ୱିକେଟ ଜିତିଲା ଘରୋଇ ଦଳ

କନକ ବ୍ୟୁରୋ : ପୁଣି ଭାରତକୁ ହରାଇଲା ୱେଷ୍ଟଇଣ୍ଡିଜ୍ । ରୋମାଂଚକର ଟି-୨୦ ମ୍ୟାଚରେ ୨ ୱିକେଟ ଜିତିଲା ଘରୋଇ ଦଳ । ବିଜୟ ସହ ୫ ମ୍ୟାଚ ବିିଶିଷ୍ଟ ସିରିଜରେ ୨-୦ରୁ ଆଗୁଆ ରହିଛି ୱେଷ୍ଟ । ଏଥି ସହିତ ଘରୋଇ ଦଳ ମଧ୍ୟ ୫ ମ୍ୟାଚ୍‌ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ନେଇଛି । ଭାରତ ମାତ୍ର ୧୫୨ ରନ୍‌ କରିଥିବାବେଳେ ୱେଷ୍ଟଇଣ୍ଡିଜ୍‌ ୭ ବଲ୍‌ ପୂର୍ବରୁ ୮ ୱିକେଟ୍ ହରାଇ ୧୫୫ ରନ୍‌ ସଂଗ୍ରହ କରି ନେଇଥିଲା ।

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ବଲ୍‌ରୁ ଈଶାନ କିଶନ ଜୀବନଦାନ ପାଇବାରୁ ବର୍ତ୍ତି ଯାଇଥିଲେ। କିନ୍ତୁ ତୃତୀୟ ଓଭରରେ ଗିଲ୍‌ ଆଉଟ୍ ହୋଇଯିବାରୁ ଭାରତକୁ ପ୍ରଥମ ଝଟକା ଲାଗିଥିଲା। ସୂର୍ଯ୍ୟକୁମାର ଯାଦବ ରନ୍‌ ଆଉଟ୍ ହୋଇଯିବାରୁ ଭାରତକୁ ଦ୍ବିତୀୟ ଝଟ୍‌କା ମିଳିଥିଲା। ଏହା ପରେ ଈଶାନ କିଶନ କିଛି ଆକର୍ଷଣୀୟ ସଟ୍‌ ଖେଳିଥିଲେ ମଧ୍ୟ ୨୩ ବଲ୍‌ରୁ ୨୭ ରନ୍‌ କରି ବିଦାୟ ନେଇଥିଲେ । ସଂଜୁ ସାମସନ୍ ଆଉ ଏକ ସୁଯୋଗ ହାତଛଡ଼ା କରିଥିଲେ । ପ୍ରଥମ ମ୍ୟାଚ୍‌ ଭଳି ତିଳକ ବର୍ମା ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏକ ସମ୍ମାନରକ୍ଷାକାରୀ ଭାଗୀଦାରି କରିଥିଲେ ।

ନିଜ ଦ୍ବିତୀୟ ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ୪୧ ବଲ୍‌ରୁ ୫୧ ରନ୍‌ କରିବା ସହ ତିଳକ ପ୍ରଥମ ଅର୍ଦ୍ଧଶତକ ସହ ଦ୍ବିତୀୟ ଥର ପାଇଁ ଭାରତ ପାଳିର ସର୍ବାଧିକ‌ ସ୍କୋରର୍‌ ରହିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଯୋସେଫ୍ ତାଙ୍କ ଦ୍ବିତୀୟ ଶିକାର କରିବାରୁ ଭାରତ ବଡ଼ ସ୍କୋର୍‌ ଦିଗରେ ଅଗ୍ରସର ହୋଇପାରିନଥିଲା । ଅକ୍ଷର ପଟେଲଙ୍କ ୧୨ ବଲ୍‌ ୧୪ ରନ୍‌ ପାଇଁ ଭାରତ ୧୫୨ ରନ୍ କରିପାରିଥିଲା। ଘରୋଇ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଅକିଲ ହୁସେନ୍‌, ଅଲଜାରି ‌ଯୋସେଫ୍‌, ରୋମାରିଓ ସେଫର୍ଡ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe