କନକ ବ୍ୟୁରୋ : ଭାରତ ଇଣ୍ଡିଜ ଗସ୍ତରେ ଆଜି ଠାରୁ ଆରମ୍ଭ ହେଉଛି ଦିନିକିଆ ସିରିଜ । ଏହି କ୍ରମରେ ସିରିଜର ପ୍ରଥମ ଦିନିକିଆ ଆଜି ଖେଳାଯିବ ଗୟନାରେ । ଭାରତୀୟ ସମୟ ରାତି ୭ ଟାରେ ଏହି ମ୍ୟାଚ୍ ଖେଳାଯିବ । ତେବେ ଟି-୨୦ ସିରିଜକୁ ୩-୦ରେ ଜିତି କ୍ଲିନ୍ ସୁଇପ୍ କରିଥିଲା ଭାରତ । ଟି-୨୦ ସିରିଜର ବିଜୟ ଧାରା ଦିନିକିଆ ସିରିଜରେ ଜାରି ରଖିବା ଲକ୍ଷ୍ୟରେ ଆଜି ପଡିଆକୁ ଓହ୍ଲାଇବ କୋହଲି ବ୍ରିଗେଡ୍ ।

Advertisment

ସେପଟେ ଦିନିକିଆ ସିରିଜକୁ କ୍ରିସ୍ ଗେଲ୍ ଫେରଥିିବା ବେଳେ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ ଜିତିବା ଆଶାରେ ମଇଦାନକୁ ଓହ୍ଲାଇବ । ସେହିପରି ଭାରତର ଦିନିକିଆ ଦଳକୁ ଶିଖର ଧୱନ ଫେରିବା ଆଶା ରହିଛି । ସବୁଠାରୁ ବଡ କଥା ହେଉଛି, ବିଶ୍ୱକପ୍ ସେମି ଫାଇନାଲରୁ ଅପ୍ରତ୍ୟାଶିତ ଭାବେ ବିଦାୟ ନେବା ପରେ ଆଜି ଭାରତ ଖେଳିବ ପ୍ରଥମ ଦିନିକିଆ ମ୍ୟାଚ୍ ।

ଭାରତ ୬୦, ଇଣ୍ଡିଜ୍ ୬୨ :
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୋଟ ୧୨୭ ଦିନିକିଆ ଖେଳା ଯାଇଛି । ସେଥିମଧ୍ୟରୁ ଭାରତ ୬୦ ମ୍ୟାଚ୍‌ରେ ବିଜୟୀ ହୋଇଥିଲା ବେଳେ ୬୨ଟିରେ ପରାଜିତ ହୋଇଛି । ତେବେ ଇଣ୍ଡିଜ୍ ୮୦ ଓ ୯୦ ଦଶକରେ ଭାରତୀୟ ଦଳ ବିପକ୍ଷରେ ଅଧିକ ବିଜୟ ହାସଲ କରିଛି । ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଦଳ ଇଣ୍ଡିଜ୍ ତୁଳନାରେ ଅଧିକ ବିଜୟ ହାସଲ କରିଛି । ୨ ମ୍ୟାଚ୍ ଟାଇ ରହିଥିଲା ବେଳେ ୩ ମ୍ୟାଚ୍‌ର ଫଳାଫଳ ମିଳିନି । ଇଣ୍ଡିଜ୍ ବିପକ୍ଷରେ ଭାରତର ସଫଳତା ପ୍ରତିଶତ ହେଉଛି ୪୯.୧୯ । ଉଭୟ ଦଳ ମଧ୍ୟରେ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ୧୯୭୯ରେ ଖେଳା ଯାଇଥିଲା ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପଣ୍ଡେ, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ନଭଦୀପ ସଇନି।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ୍ ଗେଲ୍, ଜନ୍ କ୍ୟାମ୍ପବେଲ୍, ଏଭିନ ଲୁଇସ୍, ସାଇ ହୋପ୍, ସିମରନ୍ ହେଟମେର, ନିକୋଲାସ ପୂରନ, ରଷ୍ଟନ୍ ଚେଜ୍, ଫାବିଆନ୍ ଆଲେନ, କାର୍ଲୋସ୍ ବ୍ରାଥୱେଟ୍, କିମୋ ପଲ୍, ସେଲଡନ କଟ୍ରେଲ, ଓସାନେ ଥୋମାସ, କେମାର ରୋଚ୍।