ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ! ଟିମ୍ ଇଣ୍ଡିଆକୁ ୨୮୪ ରନ ବିଜୟଲକ୍ଷ୍ୟ ଦେଲା ୱେଷ୍ଟଇଣ୍ଡିଜ, ଯଶପ୍ରୀତ ବୁମରାଙ୍କ ଜବରଦସ୍ତ କମବ୍ୟାକ୍

ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ! ଟିମ୍ ଇଣ୍ଡିଆକୁ ୨୮୪ ରନ ବିଜୟଲକ୍ଷ୍ୟ ଦେଲା ୱେଷ୍ଟଇଣ୍ଡିଜ, ଯଶପ୍ରୀତ ବୁମରାଙ୍କ ଜବରଦସ୍ତ କମବ୍ୟାକ୍

India's Jasprit Bumrah, center without cap, celebrates with teammates the dismissal of Sri Lanka's Danushka Gunathilaka during their first one-day international cricket match in Dharmsala, India, Sunday, Dec. 10, 2017. (AP Photo/Altaf Qadri)

ପୁଣେରେ ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୮୩ ରନ କରିବାକୁ ସକ୍ଷମ ହୋଇଛି । ଏହାସହ ଭାରତକୁ ବିଜୟ ପାଇଁ ୨୮୪ ରନର ଟାର୍ଗେଟ ଦେଇଛି ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ ପକ୍ଷରୁ ସାଇ ହୋପ ସର୍ବାଧିକ ୯୫ ରନର ଦମଦାର ଇନିଂସ ଖେଳିଥିଲେ । ତେବେ ଟପ୍ ଅର୍ଡର ବ୍ୟାଟସମ୍ୟାନଙ୍କ ବ୍ୟାଟିଂ ବିଫଳତା ଯୋଗୁଁ ବଡ ସ୍କୋର କରିବାରେ ବିଫଳ ହୋଇଛି କାରବିଆନ ଟିମ୍ ।

publive-imageପୁଣେରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ଭାରତ । ଯାହାକୁ ସଠିକ୍ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ୱେଷ୍ଟଇଣ୍ଡିଜର ଟପ୍ ଅର୍ଡର ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ପ୍ରାରମ୍ଭିକ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ଭାରତୀୟ ବୋଲର । ଗୋଟିଏ ପଟେ ୱେଷ୍ଟଇଣ୍ଡିଜ ଟିମ ନିୟମିତ ବ୍ୟବଧାନରେ ୱିକେଟ ହରାଉଥିବା ବେଳେ ଅନ୍ୟପଟେ ଧୈର୍ଯ୍ୟର ବ୍ୟାଟିଂ କରି ଦଳ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ ସାଇ ହୋପ । ଶେଷ ଆଡକୁ ଆସଲେ ନର୍ସଙ୍କ ଦ୍୍ରୁତ ୪୦ ରନ ବଳରେ ୨୮୩ ରନ କରିବାକୁ ସକ୍ଷମ ହୋଇଥିଲା ୱେଷ୍ଟଇଣ୍ଡିଜ ଟିମ ।

ୱେଷ୍ଟଇଣ୍ଡିଜ ଟିମ୍ ପାଇଁ ଘାତକ ସାଜିଥିଲେ ଦଳକୁ କମବ୍ୟାକ୍ କରିଥିବା ଯଶପ୍ରୀତ ବୁମରା । ୪ଟି ୱିକେଟ ନେବା ସହ ୱେଷ୍ଟଇଣ୍ଡିଜର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ବୁମରା । ସେହିଭଳି କୁଳଦୀପ ଯାଦବ ୨ଟି ୱିକେଟ ନେବା ସହ ୱେଷ୍ଟଇଣ୍ଡିଜର ରନ ଗତିରେ ଅଙ୍କୁଶ ଲଗାଇଥିଲେ । ଅନ୍ୟପଟେ ଭୁବନେଶ୍ୱର କୁମାର, ଖଲିଲ ଅହମଦ ଓ ୟୁଜବେନ୍ଦ୍ର ଚହଲଙ୍କୁ ୧-୧ ଓ୍ଵିକେଟ ଲେଖାଏଁ ସଫଳତା ପାଇଥିଲେ ମଧ୍ୟ ଅଧିକ ରନ ବ୍ୟୟ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe