କନକ ବ୍ୟୁରୋ: ମ୍ୟାଚ ପୂର୍ବରୁ ମଲ୍ ବୁଲିଲେ ୱେଷ୍ଟଇଣ୍ଡିଜ ଖେଳାଳି । େଓଷ୍ଟଇଣ୍ଡିଜର ଖେଳାଳିମାନେ ଭୁବନେଶ୍ୱର ରସୁଲଗଡ ସ୍ଥିତ ଏସପ୍ଲାନେଡ ସପିଂ ମଲରେ ସପିଂ କରିଛନ୍ତି । ଏହା ସହିତ ଖେଳାଳିମାନେ ଅନ୍ୟ ଗ୍ରାହକମାନଙ୍କ ସହ ସେଲଫି ଉଠାଇଥିବା ଦେଖିବାକୁ ମିଳିଛି ।

Advertisment

publive-image

ଖେଳାଳିମାନେ ମାର୍କେଟିଂ କରିବାକୁ ଆସିଥିବା ଖବର ପାଇ ସେମାନଙ୍କୁ ଦେଖିବାକୁ ଲୋକମାନେ ସପିଂ ମଲରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଆଜି ଦୁଇ ଦେଶର ଖେଳାଳି ବାରବାଟୀରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଶେଷ ମୁହୂର୍ତରେ ଆଜି ପାଇଁ ଅଭ୍ୟାସ ବାତିଲ ହେବା ପରେ ହୋଟେଲରେ ବିଶ୍ରାମ ନେଉଛନ୍ତି । ଏହାରି ଭିତରେ ମାର୍କେଟିଂ କରିବାକୁ ବାହାରିଥିଲେ ୱେଷ୍ଟଇଣ୍ଡିଜର ଖେଳାଳି ।

publive-image

ସେପଟେ ଭାରତ- ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ପ୍ରସ୍ତୁତ ବାରବାଟୀ । ଆଉ ମାତ୍ର ଦିନକ ପରେ ମ୍ୟାଚ ହେବାକୁ ଯାଉଥିବାରୁ ଷ୍ଟାଡିୟମର ସୁରକ୍ଷାକୁ କଡାକଡି କରାଯାଇଛି । ଆଜି ଷ୍ଟାଡିୟମକୁ ଯାଇ ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଏହା ସହିତ ପଡିଆ ଭିତରକୁ ତନତନ କରି ଯାଂଚ କରିଛନ୍ତି ଡଗ ସ୍କ୍ୱାର୍ଡ । ଆସନ୍ତାକାଲି ଖେଳାଳିମାନେ ଅଭ୍ୟାସ କରିବାକୁ ଆସିବାକୁ ଥିବାରୁ ଏହା ପୂର୍ବରୁ ପଡିଆର ସୁରକ୍ଷା ଯାଂଚ କରାଯାଉଛି । ସ୍ଥିତି ସମୀକ୍ଷା ପରେ ଡିଜି କହିଛନ୍ତି ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଉଛି ।

publive-image

ମ୍ୟାଚ ଦିନ ଷ୍ଟାଡିୟମକୁ ଜଗିବେ ୮୦ ପ୍ଲାଟୁନ୍ ଫୋର୍ସ । ୨୨ ତାରିଖ ମ୍ୟାଚ ପାଇଁ ଗତକାଲିଠାରୁ ଭୁବନେଶ୍ୱରରେ ପହଁଚିଛନ୍ତି ଦୁଇ ଦଳର ଖେଳାଳି । ତେବେ ଆଜି ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମ ଯାଇ କରିବାକୁ ଥିବା ଅଭ୍ୟାସ କାର୍ଯ୍ୟକ୍ରମ ଶେଷ ମୁହୂର୍ତରେ ବାତିଲ ହୋଇଯାଇଛି । ଉଭୟ ଦଳର ଖେଳାଳି ଆସନ୍ତାକାଲି ବାରବାଟୀକୁ ଅଭ୍ୟାସ କରିବାକୁ ଯିବେ । ଖେଳାଳିମାନେ ରହୁଥିବା ହୋଟେଲକୁ ମଧ୍ୟ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।