ନ୍ୟୁଜିଲାଣ୍ଡକୁ ୧୩ ରନରେ ମାତ୍ ଦେଲା ୱେଷ୍ଟଇଣ୍ଡିଜ । ସୁପର-୮ରେ ଏଣ୍ଟ୍ରି ମାରିଲା କାରବିଆନ ଦଳ । 

204

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ୩ରୁ ୩ ବିଜୟ ସହ ସୁପର-୮ରେ ଏଣ୍ଟ୍ରି ମାରିଛି ଆୟୋଜକ ୱେଷ୍ଟଇଣ୍ଡିଜ । ନ୍ୟୁଜିଲାଣ୍ଡକୁ ୧୩ ରନରେ ମାତ୍ ଦେଇ ସୁପର-୮ ଟିକେଟ ହାତେଇଛି କାରବିଆନ ଦଳ । ଅନ୍ୟପଟେ ୨ଟି ମ୍ୟାଚରୁ ୨ଟିରେ ପରାଜିତ ହେବା ପରେ ସୁପର-୮ରେ ନ୍ୟୁଜିଲାଣ୍ଡର ଏଣ୍ଟ୍ରି ମାରିବା ଆଶା କ୍ଷୀଣ ହୋଇଛି ।

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମରୁ ୱେଷ୍ଟଇଣ୍ଡିଜ ସହଳ ୱିକେଟ ହରାଇଥିଲେ ମଧ୍ୟ ଶେଷ ଆଡକୁ ରଦରଫୋର୍ଡଙ୍କ ବିଧ୍ୱଂସୀ ଇନିଂସ ବଳରେ ୧୪୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ୧୫୦ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ ହରାଇ ବିଜୟ ହାତଛଡା କରିଥିଲା । ନିର୍ଦ୍ଧାରିତ ଓଭରରେ ୯ ୱିକେଟ ବିନିମୟରେ ୧୩୬ ରନ୍ କରିବା ସହ ବିଜୟଲକ୍ଷ୍ୟ ଠାରୁ ୧୪ ରନ ପଛରେ ରହିଥିଲା ନ୍ୟୁଜିଲାଣ୍ଡ ।