କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟ୍ ବିରାଟ କୋହଲିଙ୍କର କ୍ରେଜ୍ ତ ଆପଣ ନିଶ୍ଚୟ ଜାଣିଥିବେ । ସାରା ବିଶ୍ୱରେ ତାଙ୍କର କୋଟି କୋଟି ଫ୍ୟାନ୍ସ ଥିବାବେଳେ, ସମସ୍ତେ କୋହଲିଙ୍କର ଗୋଟିଏ ଝଲକ ପାଇବା ପାଇଁ ପାଗଳ ହେଇଥାନ୍ତି । ହେଲେ ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ ବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି, ଯାହା କେବଳ ବିରାଟ କୋହଲିଙ୍କ ଲୋକପ୍ରିୟତା ନୁହେଁ ବରଂ କାରିବିଆନ୍ ଦେଶରେ ତାଙ୍କ ପ୍ରତି ଲୋକଙ୍କର କେତେ ଭଲପାଇବା ଅଛି ତାହା ଦର୍ଶାଇଛି ।

Advertisment

ଅସଲ କଥା ହେଉଛି, ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଶେଷ ହେବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ବସରେ ହୋଟେଲ ଫେରୁଥିଲେ । ଏହି ସମୟରେ ୱେଷ୍ଟଇଣ୍ଡିଜ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋଶୁଆ ଦା ସିଲଭାଙ୍କ ମାଆ ବିରାଟ କୋହଲିଙ୍କୁ ଭେଟିଥିଲେ । ଏହି ସମୟରେ ତାଙ୍କର ବିରାଟ କୋହଲିଙ୍କ ପ୍ରତି ଥିବା ଭଲ ପାଇବା ସ୍ପଷ୍ଟ ଭାବେ ବାରି ହେଇପଡୁଥିବାବେଳେ । ଆଉ କୋହଲି ବି ଦା ସିଲଭାଙ୍କ ମାଆଙ୍କ ସହ କିଛି ସମୟ ଧରି କଥା ହେଇଥିଲେ ।

ଏହି ଭିଡଓ ପୂର୍ବରୁ ଦା ସିଲଭା ଏବଂ କୋହଲିଙ୍କ କଥାବାର୍ତ୍ତା ମଧ୍ୟ ଷ୍ଟମ୍ପ ମାଇକରେ ରେକର୍ଡ ହେଇଥିଲା । ମ୍ୟାଚ୍ ସମୟରେ ଦା ସିଲଭା ତାଙ୍କ ମାଆଙ୍କ କଥା କୋହଲିଙ୍କୁ କହିଥିଲେ । ଯାହାକୁ ଶୁଣିବା ପରେ କୋହଲି ବି ଆଶ୍ଚର୍ଯ୍ୟ ହେଇଯାଇଥିଲେ । ଦା ସିଲଭା କହିଥିଲେ ଯେ, ତାଙ୍କ ମାଆ ଆଜି ପୋର୍ଟ ଅଫ୍ ସ୍ପେନ୍ ଆସିଛନ୍ତି । ଆଉ ବିରାଟଙ୍କୁ ଭେଟିବାକୁ ଚାହୁଁଛନ୍ତି । ଆଉ ମ୍ୟାଚ୍ ପରେ ଏହା ସତ ପ୍ରମାଣିତ ହେଇଥିଲା । ବିରାଟଙ୍କୁ ଦେଖିବାକୁ ଦା ସିଲଭାଙ୍କ ମାଆ ଷ୍ଟାଡିୟମକୁ ଆସିବା ସହିତ, ବିରାଟଙ୍କୁ ଦେଖା କରିଥିଲେ ।