ଡିଫେଣ୍ଡିଂ ଚାମ୍ପିୟନକୁ ଧୂଳି ଚଟାଇଲା ଇଂଲଣ୍ଡ: ୫୫ ରନରେ ଅଲଆଉଟ ହେଲା ୱେଷ୍ଟଇଣ୍ଡିଜ ଦଳ 

89

କନକ ବ୍ୟୁରୋ: ଆଜିର ଟି-୨୦ ବିଶ୍ୱକପ ଦ୍ୱିତୀୟ ସୁପର ୧୨ ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳର ବ୍ୟାଟିଂ ବିପର୍ଯ୍ୟ ଘଟିଛି । ଫଳରେ ଡିପେଣ୍ଡିଂ ଚାମ୍ପିୟନ ଇଣ୍ଡିଜ ଦଳକୁ ମାତ୍ର ୫୫ ରନରେ ରୋକି ପାରିଛି ଇଂଲଣ୍ଡ ଦଳ । ଏବେ ଇଂଲଣ୍ଡ ଆଗରେ ୫୬ ରନର ସହଜ ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଦଳ । ଫଳରେ ବ୍ୟାଟିଂ ପାଇଁ ମୈଦାନକି ଓହ୍ଲାଇଥିଲା ୱେଷ୍ଟଇଣ୍ଡିଜ ଦଳ । ହେଲେ ଦୁର୍ଦ୍ଦଶ ଟିମ ଭାବେ ପରିଚିତ ୱେଷ୍ଟଇଣ୍ଡିଜ ଟିମ ଏହି ମ୍ୟାଚରେ ବିଫଳ ହୋଇଥିଲା । କ୍ରିସ ଗେଲଙ୍କୁ ଛାଡି ଦେଲେ କୌଣସି ବି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇ ପାରିନଥିଲେ । ଫଳରେ ଦଳ ୧୪ ଓଭରରେ ୫୫ ରନ କରି ଅଲ ଆଉଟ ହୋଇଯାଇଛି ।