ପଶ୍ଚିମବଙ୍ଗରେ ଚାଲିଛି ଜୋରଦାର ନିର୍ବାଚନ ପ୍ରଚାର । ମୋଦୀ- ଦିଦିଙ୍କ ମଧ୍ୟରେ କଡ଼ା ଟକ୍କର । କ’ଣ ରହିଛି ଓଡ଼ିଆ ଭୋଟରଙ୍କ ମୁଡ୍ ?

217

କନକ ବ୍ୟୁରୋ: ସାରା ଦେଶରେ ରଙ୍ଗର ପର୍ବ ହୋଲିକୁ ନେଇ ଉତ୍ସାହ ରହିଥିବା ବେଳେ ପଶ୍ଚିମବଙ୍ଗରେ ରାଜନୀତିର ଉଷ୍ମତା । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ପହିଲାରେ ହେବ । ୧୦ ବର୍ଷ ଧରି କ୍ଷମତାରେ ଥିବା ଟିଏମସି ସାମ୍ନାରେ ଏବେ ଚ୍ୟଲେଂଜର ବିଜେପି । ୨୦୧୯ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି, ଏଥର ପଶ୍ଚିମବଙ୍ଗରେ ମମତାଙ୍କ ଠାରୁ କ୍ଷମତା ଛଡେଇ ଆଣିବ ବୋଲି ଦାବି କରୁଛି । ହେଲେ ଦିଦି ମଧ୍ୟ ସରକାରରେ ତୃତୀୟ ପାଳି ପୂରଣ କରିବାକୁ ସବୁ ବଳ ଲଗାଇ ଦେଇଛନ୍ତି । ତେବେ ବିଜେପି ନା ଟିଏମସି କାହାକୁ ପସନ୍ଦ କରନ୍ତି କୋଲକାତାରେ ରହୁଥିବା ଓଡିଆ । ନେତା ବାଛିବା ବେଳେ ଦଳ ନା ନେତୃତ୍ୱକୁ ଦେଖନ୍ତି ।