ରସଗୋଲା ପାଇଁ ଦୁଇ ରାଜ୍ୟ ମଧ୍ୟରେ ହୋଇଥିଲା ଶୀତଳଯୁଦ୍ଧ ! ଛକାପଞ୍ଝା ମଧ୍ୟରେ ଓଡିଶାଠାରୁ ରସଗୋଲା ଥାଳି ଛଡାଇନେଇଥିଲା ପଶ୍ଚିମବଙ୍ଗ ।

ରସଗୋଲା ପାଇଁ ଦୁଇ ରାଜ୍ୟ ମଧ୍ୟରେ ହୋଇଥିଲା ଶୀତଳଯୁଦ୍ଧ ! ଛକାପଞ୍ଝା ମଧ୍ୟରେ ଓଡିଶାଠାରୁ ରସଗୋଲା ଥାଳି ଛଡାଇନେଇଥିଲା ପଶ୍ଚିମବଙ୍ଗ ।

ଗତ କିଛି ବର୍ଷ ଧରି ପଶ୍ଚିମବଙ୍ଗ ଏବଂ ଓଡିଶା ସରକାରଙ୍କ ଭିତରେ ରସଗୋଲାକୁ ନେଇ ଚାଲିଥିବା ଶୀତଳଯୁଦ୍ଧ ଚାଲିଥିବା ବେଳେ ଦୁଇ ରାଜ୍ୟର ସରକାରଙ୍କ ଭିତରେ ରସଗୋଲା ପାଇଁ ଭୌଗୋଳିକ ପରିଚୟ (ଜିଆଇ) ଟ୍ୟାଗ୍ ହାସଲ କରିବା ପାଇଁ ବିଭିନ୍ନ ସମିତି ମଧ୍ୟ ଗଠନ କରାଯାଇଥିଲା ।

publive-image

ଓଡିଶା ଏବଂ ପଶ୍ଚିମବଙ୍ଗ ତୁ’ତୁ ମେ’ମେ ଭିତରେ ବାଜି ମାରିନେଲା ପଶ୍ଚିମବଙ୍ଗ । ନଭେମ୍ବର ୧୪ , ୨୦୧୭ ମସିହାରେ ପଶ୍ଚିମବଙ୍ଗ ସରକାରକୁ ରସଗୋଲା ପାଇଁ ଭୌଗୋଳିକ ପରିଚୟ (ଜିଆଇ) ଟ୍ୟାଗ୍ ମିଳିଗଲା । ଏହା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ ।

publive-image

ଏହି ନିଷ୍ପତ୍ତିରେ ଓଡିଶାର ତତକାଳୀନ ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା ପଶ୍ଚିମବଙ୍ଗକୁ ରସଗୋଲାର ଭୌଗୋଳିକ ପରିଚୟ ମିଳିବା ପରେ ଓଡିଶା ପ୍ରତି ଏହା ଅନ୍ୟାୟ ବୋଲି କହିଥିଲେ ।

publive-image

ଜଗନ୍ନାଥ ସଂସ୍କୃତିରୁ ରସଗୋଲା ଓଡିଶାରେ ଜଡିତ ଥିବା କଥା କହି ଏନେଇ କେସ୍ କରିବା ପାଇଁ ସେ ଘୋଷଣା କରିଥିଲେ । କିନ୍ତୁ ପରମୁହୂର୍ତ୍ତରେ ଜିଆଇ ତରଫରୁ ପଶ୍ଚିମବଙ୍ଗକୁ ହିଁ ରସଗୋଲାର ଭୌଗୋଳିକ ପରିଚୟ ପ୍ରାପ୍ତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe