ମତଦାନ ପରି ଭୋଟଗଣତି ଦିନ ହିଂସାରେ ଜଳିଉଠିଲା ପଶ୍ଚିମବଙ୍ଗ। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ବିଭିନ୍ନ ମତଗଣନା କେନ୍ଦ୍ରରେ ହିଂସା, ଉଚ୍ଚେଜନା

297

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଚାଲିଛି । ଟିଏମସି ମୋଟ ୬୩ ହଜାର ୨୨୯ ସିଟରୁ ୧୯ ହଜାର ୫୯ଟି ସିଟରେ ଆଗରେ ରହିଛି । ସେହିପରି ବିଜେପି ଏ ପର୍ଯ୍ୟନ୍ତ ମୋଟ ୨ ହଜାର ୭୧୬ ସିଟ୍ ହାସଲ କରିଛି । ଅନ୍ୟପଟେ କଂଗ୍ରେସକୁ ୫୪୨ଟି ସିଟ ମିଳିଛି ଓ ଅନ୍ୟାନ୍ୟ ୫୯୨ ସିଟ୍ ରହିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମତଦାନ ବେଳେ ହିଂସାକାଣ୍ଡ ହଙ୍ଗାମା ଆଦି ଦେଖିବାକୁ ମିଳିଥିବାବେଳେ ଭୋଟ ଗଣତି ସମୟରେ ମଧ୍ୟ ହିଂସାକାଣ୍ଡ ଘଟିଛି । ଯାହା ଏକ ପ୍ରକାର ନିନ୍ଦନୀୟ ଘଟଣା ।

ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠାରୁ ପଶ୍ଚିମବଙ୍ଗ ଯେପରି ହିଂସାକାଣ୍ଡରସ୍ଥଳ ପାଲଟିଗଲାଣି । ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ବିଜେପି ଶାସକ ଦଳ ଟିଏମସିକୁ ଟାର୍ଗେଟ କରିଛି । ପଶ୍ଚିମବଙ୍ଗରେ ଘଟିଥିବା ହତ୍ୟାକାଣ୍ଡରେ ପ୍ରଶାସନ ମଧ୍ୟ ସମ୍ପୃକ୍ତ ଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି । କେନ୍ଦ୍ରୀୟ ସୁରକ୍ଷା ମୁତୟନ ଥାଇ ମଧ୍ୟ ହତ୍ୟାକାଣ୍ଡ ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ବୋଲି ସେ କହିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ କେବଳ ରାଜନୈତିକ ଦଳ ନୁହେଁ ପ୍ରଶାସନିକ ଲୋକଙ୍କ ସମ୍ପୃକ୍ତି ରହିଛି । କଂଗ୍ରେସକୁ ମଧ୍ୟ ସେ ଏଥିରେ କଟାକ୍ଷ କରି ପ୍ରେମର ଦୋକାନ କେଉଁଠି ଅଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।