ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ! ବାବୁଲ୍ ସୁପ୍ରିୟୋଙ୍କ ଗାଡି ଉପରେ ଆକ୍ରମଣ,ସମର୍ଥକଙ୍କ ଉପରେ ଲାଠିଚାର୍ଜ ।

101

ଲୋକସଭା ନିର୍ବାଚନ ୨୦୧୯ ର ଚତୁର୍ଥ ଚରଣ ପାଇଁ ଆଜି ଦେଶରେ ୭୨ ଟି ସିଟରେ ମତଦାନ ଜାରି ରହିଛି । ପଶ୍ଚିମବଙ୍ଗର ୮ ଟି ସିଟରେ ମଧ୍ୟ ସକାଳୁ ସକାଳୁ ମତଦାନ ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ଅନେକ କ୍ଷେତ୍ରରେ ଇଭିଏମରେ ଗଡବଡ ଥିବା ଖବର ଆସୁଛି । ଅନ୍ୟପକ୍ଷରେ ଶାନ୍ତିପୁରରେ ଏକ ଭୋଟରଙ୍କ ଘର ଆଗରୁ ଦେଶୀ ବୋମା ଜବତ କରାଯାଇଛି । ଏହାପୂର୍ବରୁ ପଶ୍ଚିମବଙ୍ଗରେ ଏଭଳି ଅନେକ ହିଂସା ଦେଖାଯାଇଛି । ପଶ୍ଚିମବଙ୍ଗର ଆସନସୋଲ୍ ରେ ସକାଳୁ ସକାଳୁ ହିଂସା ଉପୁଜିଥିବାର ଖବର ଆସିଥିଲା । ବିଜେପି ଏବଂ ଟିଏମସିର ସମର୍ଥକମାନେ ସକାଳୁ ଏଠାରେ ସାମ୍ନାସାମ୍ନି ହୋଇ ନାରାବାଜୀ କରିଥିଲେ । ଯେଉଁଥିରେ ସ୍ଥାନୀୟ ପୋଲିସ୍ ମଧ୍ୟ ଅତିଷ୍ଟ ହୋଇ ଲାଠିଚାର୍ଜ କରିଛି । ଏଠାରେ ବିଜେପି ନେତା ବାବୁଲ୍ ସୁପ୍ରିଓ ମଧ୍ୟ ଗଣମାଧ୍ୟମ ସହ ଯୁକ୍ତିତର୍କ କରିବା ଦେଖାଯାଇଥିଲା ।

ବାବୁଲ୍ ସୁପ୍ରିଓଙ୍କ କହିବା ମୁତାବକ ସେ ନିଜେ ବୁଥ୍ ପର୍ଯ୍ୟନ୍ତ ସେଣ୍ଟ୍ରାଲ୍ ଫୋର୍ସଙ୍କୁ ନେଇଯିବେ । ସେ କହିଛନ୍ତି ଯେ ମମତା ବାନାର୍ଜୀ ଡରିଯାଇଛନ୍ତି । ଏହି କାରଣରୁ ମତଦାନ ମଧ୍ୟ ପ୍ରଭାବିତ ହେଉଛି । ଆସନସୋଲରେ ଏଭଳି ଅନେକ ବୁଥ୍ ଅଛି ଯେଉଁଠି ସେଣ୍ଟ୍ରାଲ୍ ଫୋର୍ସ ନାହାନ୍ତି । ଏହି ବୁଥରେ ବୁଥ୍ ନମ୍ବର ୧୦୩,୧୦୪,୧୦୬ ଏବଂ ୧୦୭ ସମେତ ଅନେକ ବୁଥ୍ ସାମିଲ୍ ରହିଛି । କୁହାଯାଉଛି କି ପ୍ରଥମେ ଏଠାରେ ସେଣ୍ଟ୍ରାଲ୍ ଫୋର୍ସ ଥିଲେ । କିନ୍ତୁ ରାତାରାତି ଏଠାରେ ମହିଳା ପୋଲିସଙ୍କୁ ଡ୍ୟୁଟିରେ ଲଗାଯାଇଥିଲା । ଆପଣଙ୍କୁ କହିରଖୁଛୁ ଯେ ଚଳିତ ନିର୍ବାଚନରେ ବିଜେପି ତରଫରୁ ବାବୁଲ୍ ସୁପ୍ରିୟୋ ମଇଦାନରେ ଓହ୍ଲାଇଛନ୍ତି । ତାଙ୍କ ମୁକାବିଲା ଟିଏମସିର ମୁନମୁନ୍ ସେନଙ୍କ ସହିତ ରହିଛି । ବାବୁଲ୍ ସୁପ୍ରିୟୋ ଗତ ୫ ବର୍ଷ ଧରି ବଙ୍ଗଳା ସରକାରଙ୍କ ବିପକ୍ଷରେ ଠିଆ ହୋଇଛନ୍ତି ।

ବାବୁଲ ସୁପ୍ରିୟୋଙ୍କ ଗାଡି ଉପରକୁ ଆକ୍ରମଣ :

ପଶ୍ଚିମବଙ୍ଗରେ ବାବୁଲ ସୁପ୍ରିୟୋଙ୍କ ଗାଡି ଉପରକୁ ଆକ୍ରମଣ କରାଯାଇଛି । ଆସନସୋଲ୍ ଲୋକସଭାର ପାଣ୍ଡାବିଶ୍ୱର ବିଧାନସଭାରେ ହିଂସା ଉତ୍ପନ୍ନ ହୋଇଥିଲା । ବିଜେପି କାର୍ଯ୍ୟକର୍ତ୍ତା ଏଠାରେ ଲଗାତାର ନାରାବାଜୀ କରିଥିଲେ । ଯେଉଁଥିରେ ସ୍ଥାନୀୟ ପୋଲିସ୍ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା । ଏଠାରେ ବାବୁଲ୍ ସୁପ୍ରିୟୋ ମଧ୍ୟ ମିଡିଆ ସାମ୍ନାରେ ଯୁକ୍ତି କରିବା ନଜର ଆସିଥିଲେ । ବାବୁଲ ସୁପ୍ରିୟୋଙ୍କ ଗାଡିକୁ ମଧ୍ୟ ଟିଏମସି କାର୍ଯ୍ୟକର୍ତ୍ତା ଭାଙ୍ଗିଥିବା କଥା କୁହାଯାଉଛି ।