ପଶ୍ଚିମବଙ୍ଗର ବୀରପରା ଜାତୀୟ ରାଜପଥ ଉପରେ ଶୋଈରହିଲା ଆହତ ଚିତାବାଘ ! ଅଟକିରହିଲା ଶହ ଶହ ଗାଡି ।

ପଶ୍ଚିମବଙ୍ଗର ବୀରପରା ଜାତୀୟ ରାଜପଥ ଉପରେ ଶୋଈରହିଲା ଆହତ ଚିତାବାଘ ! ଅଟକିରହିଲା ଶହ ଶହ ଗାଡି ।

କନକ ବ୍ୟୁରୋ : ରାଜରାସ୍ତାରେ ବାଘ । ଅଟକି ରହିଲା ଶହ ଶହ ଗାଡି ମୋଟର । ମଝି ରାସ୍ତାରେ ଶୋଇ ରହିଛି ଚିତାବାଘ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଆଲିପୁରଦାର ବିରପଡାରେ । ୩୧ ନମ୍ବର ଜାତୀୟ ରାଜପଥ ଉପରେ ମଝି ରାସ୍ତାରେ ଶୋଇ ରହିଥିଲା ଚିତାବାଘଟି । ଆଉ ବାଘକୁ ଦେଖି ରାସ୍ତା ଉପରେ ହଡବଡେଇ ଯାଇଥିଲେ ଯାତ୍ରୀମାନେ । ଦୁଇ ପାଖରେ ଅଟକି ରହିଥିଲା ଶହ ଶହ ଗାଡି ମୋଟର । କାରଣ ବାଘ ପାଖ ଦେଇ ଯିବା ପାଇଁ କେହି ବି ସାହସ କରୁନଥିଲେ ।

publive-image

କିଛି ଦୂରରେ ରହି ଲୋକମାନେ ମୋବାଇଲରେ ଫଟୋ ଉଠାଇବା ସହ ଭିଡିଓ ରେକର୍ଡିଂ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ପରେ ଜଣାପଡିଥିଲା ଯେ ବାଘଟି ଆହତ ହୋଇଥିବା ଯୋଗୁ ରାସ୍ତା ଉପରେ ଶୋଇ ରହିଥିଲା । କାରଣ କିଛି ସମୟ ପରେ ବାଘଟି ଉଠି ଛୋଟେଇ ଛୋଟେଇ ରାସ୍ତା ପାଖରେ ଥିବା ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା । ପରେ ବନବିଭାଗ ସୂଚନା ପାଇବା ପରେ ବାଘଟିକୁ ଉଦ୍ଧାର କରି ଚିକିତ୍ସା କରାଉଥିବା ଜଣାପଡିଛି । ରାସ୍ତା ପାର ହେଉଥିବା ବେଳେ କୌଣସି ଗାଡି ଧକ୍କାରେ ବାଘଟି ଆହତ ହୋଇଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe